ଓଡ଼ିଶା କ୍ରୀଡ଼ାକୁ ନେଇ ହନ୍ଦୀ ଗୀତ ‘ଏକ ନୟି କାହାନୀ ଲିଖି ହେ ଓଡ଼ିଶା’

ଭୁବନେଶ୍ୱର : ଓଡିଶା କ୍ରୀଡ଼ା ଉପରେ ହିନ୍ଦୀ ଗୀତ ‘ଏକ ନୟି କାହାନୀ ଲିଖି ହେ ଓଡ଼ିଶା’ । ଏହିକୁ ଲେଖିବା ସହ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ ପଣ୍ଡା । ଗୀତଟି ଗାଇଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଅଭିଜିତ । ଓଡ଼ିଶାରେ ଆଉ ଅଳ୍ପଦିନ ଭିତରେ ହକି ବିଶ୍ୱ କପ୍‌ ଆୟୋଜିତ ହେଉଥିବାରୁ ଏହି କ୍ରୀଡ଼ା ଗୀତଟି ଲୋକଙ୍କ ମନକୁ ଛୁଇଁ ପାରିବ ।

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌, କିଟ୍‌ ଷ୍ଟାଡିୟମ୍‌ରୁ ଆରମ୍ଭ କରି ବିଭିନ୍ନ ଜାଗା ସମେତ ରାଉରକେଲାରେ ମଧ୍ୟ ବହୁ ଜାଗାରେ ଏହି ଭିଡିଓ ସଙ୍ଗଟିର ସୁଟିଂ କରାଯାଇଛି । ଏଡାକୁ ଦେଖିବା ପରେ ହକି ଇଣ୍ଡିଆର ସଭାପତି ତଥା ଓଡ଼ିଶାର ଗୌରବ ପୂର୍ବତନ ହକି ଅଧିନାୟକ ଦିଲୀପ ତିର୍କି ଖୁସି ବ୍ୟକ୍ତ କରିଛନ୍ତି । ଏହା ସହିତ ସନ୍ତୋଷ ପଣ୍ଡାଙ୍କୁ ଏକ ହକି ଷ୍ଟିକ୍‌ ଉପହାର ସ୍ୱରୂପ ଦେଇଛନ୍ତି ।

ପ୍ରିମିୟର ମିଡିଆ ଏବଂ ଇଷ୍ଟର୍ଣ୍ଣ ବେ’ର ମିଳିତ ସହଯୋଗରେ ପ୍ରସ୍ତୁତ ହେଉଛି ଏହି କ୍ରୀଡ଼ା ଗୀତ । ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର କ୍ରିଷ୍ଣାଙ୍କ ତତ୍ତ୍ୱାବଧାନରେ ଗୀତର କୋରିଆଗ୍ରାଫି ଚାଲିଛି । ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା ଏହା ପୂର୍ବରୁ ଅନେକ ଭଜନ, ବିଜ୍ଞାପନ ସମେତ ସାବାସ୍‌ ବିଜୁ, ଡେଣା, ଦ ଆର୍ଟ ଲାଇଫ୍‌ ଆଦି ଫିଲ୍ମରେ ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସେ ଦ ଆର୍ଟ ଅଫ୍‌ ଲାଇଫ୍‌ରେ ଗୋଟିଏ ଇଂରାଜୀ ଗୀତରେ ମଧ୍ୟ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.