ରୁଷିଆରୁ ଫେରିଲେ ପର୍ବତାରୋହୀ ଲିପିକା ସେଟ୍‌, ଭୁବନେଶ୍ୱର ବିମାନ ବନ୍ଦରରେ ଡ. ଅଚ୍ୟୁତ ସାମନ୍ତଙ୍କ ସ୍ୱାଗତ

 ଭୁବନେଶ୍ୱର(କେନ୍ୟୁଜ୍):  ରୁଷିଆରୁ ରେକର୍ଡ କରି ଫେରିଛନ୍ତି ପର୍ବତାରୋହୀ ଲିପିକା ସେଟ୍‌ । ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ବରଗଡ଼ ଜିଲ୍ଲା ଡାଲବ ଗାଁର ସୁନାଝିଅ ଲିପିକା ସେଟ୍‌ । ରୁଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ, ଯାହାର ଉଚ୍ଚତା ୧୮ ହଜାର ୫୧୦ ଫୁଟ୍‌ ଉଚ୍ଚତାକୁ ସଫଳତାର ସହ ଆହୋରଣ କରିଛନ୍ତି । ଲିପିକାଙ୍କ ଏଭଳି ସଫଳତା ପାଇଁ ବରଗଡ଼ ଜିଲ୍ଲା ତଥା ସମଗ୍ର ରାଜ୍ୟ ପାଇଁ ଇତିହାସ ରଚିଛନ୍ତି । ମାଉଣ୍ଟ ଏଲବୃସ୍‌ ଆହୋରଣ ସେପ୍ଟେମ୍ବର ୨୮ ତାରିଖରୁ ଆରମ୍ଭ ହୋଇ ଚଳିତ ମାସ ୮ ତାରିଖରେ ଶେଷ ହୋଇଥିଲା । ଏହି ଅଭିଯାନରେ ଭିନ୍ନ ଭିନ୍ନ ଦେଶର ବହୁ ପର୍ବତାରୋହୀ ଭାଗ ନେଇଥିଲେ । ଲିପିକା ମାଉଣ୍ଟ ଏଲବୃସ୍‌ ଶୀର୍ଷରେ ପହଞ୍ଚି ଜାତୀୟ ସଙ୍ଗୀତ ଗାନ କରିବା ସହ ଜାତୀୟ ପତାକା ଉଡ଼ାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.