ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବେ ପିଟି ଉଷା, ୧୦ରେ ହେବ ଘୋଷଣା

କିମ୍ବଦନ୍ତୀ ଧାବିକା ପିଟି ଉଷା ଭାରତୀୟ ଅଲିମ୍ପିକ୍ ସଂଘର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି । ଅଲମ୍ପିକ ସଂଘ(ଆଇଓଏ)ର ପ୍ରଥମ ମହିଳା ସଭାପତି ହେବେ ପିଟି ଉଷା । ଏସିଆନ୍ ଗେମ୍ସରେ ଅନେକ ସ୍ବର୍ଣ୍ଣ ପଦକ ଜିତିଥିବା ଏବଂ ଅଲିମ୍ପିକରେ ଭାରତର ପରିଚୟ ହୋଇପାରିଥିବା ପିଟି ଉଷା ଏବେ ଭାରତୀୟ ଅଲିମ୍ପିକ ସଂଘ (IOA)ର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। ଏକାଧିକ ଏସିଆ ଏବଂ ୧୯୮୪ ଅଲିମ୍ପିକ୍‌ ୪୦୦ ମିଟର ବାଧା ଦୌଡରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ୫୮ ବର୍ଷୀୟ ପିଟି ଉଷା। ତେବେ ୯୫ ବର୍ଷର ଆଇଓଏ ଇତିହାସରେ ପ୍ରଥମ ଅଲିମ୍ପିଆନ ଏବଂ ଅର୍ନ୍ତଜାତୀୟ ପଦବ ବିଜୟିନୀ ଭାବେ ଉଷା ସଭାପତି ହେବାକୁ ଯାଉଛନ୍ତି । ଆଇଓଏ ମୁଖ୍ୟ ହେବାରେ ମହାରାଜା ୟାଦାବିନ୍ଦ୍ର ସିଂଙ୍କ ପରେ ଉଷା ପ୍ରଥମ କ୍ରୀଡାବିତ୍‌ ହେବେ।

ଡିସେମ୍ବର ୧୦ ରେ ହେବାକୁ ଥିବା ନିର୍ବାଚନରେ ସେ ଏକମାତ୍ର ଆଶାୟୀ ରହିଛନ୍ତି। ସେ ଆଇଓଏର ପ୍ରଥମ ମହିଳା ଅଧ୍ୟକ୍ଷ ହେବେ। ୧୦ ଡିସେମ୍ବରରେ ଏହାର ଅଫିସିଆଲ ଘୋଷଣା ହୋଇପାରେ । ତାଙ୍କ ସହ ତାଙ୍କ ଟିମ୍ର ୧୪ ଅନ୍ୟ ଲୋକମାନେ ବିଭିନ୍ନ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଇଓଏ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସମୟ ସୀମା ରବିବାର ସରିଛି।

ଏହି ନିର୍ବାଚନେର ଉପାଧ୍ୟକ୍ଷ(ମହିଳା), ସଂଯୁକ୍ତ ସଚିବ(ମହିଳା) ପଦ ପାଇଁ ମୁକାବିଲା ହେବ। କାର୍ଯ୍ୟକାରିଣୀ ପରିଷଦର ଚାରି ସଦସ୍ୟଙ୍କ ପାଇଁ ୧୨ ଆଶାୟୀ ମଇଦାନରେ ଅଛନ୍ତି। ଆଇଓଏେର ଜଣେ ଅଧ୍ୟକ୍ଷ, ଜଣେ ବରିଷ୍ଠ ଉପାଧ୍ୟକ୍ଷ, ଦୁଇ ଉପାଧ୍ୟକ୍ଷ(ଜଣେ ପୁରୁଷ ଏବଂ ମହିଳା), ଜଣେ କୋଷାଧ୍ୟକ୍ଷ, ଦୁଇ ସଂଯୁକ୍ତ ସଚିବ (ଜଣେ ପୁରୁଷ ଏବଂ ଜଣେ ମହିଳା), ଛଅ ଅନ୍ୟ କାର୍ଯ୍ୟକାରୀ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ହେବ। କାର୍ଯ୍ୟକାରୀ ପରିଷଦର ଦୁଇ ସଦସ୍ୟ (ଜଣେ ପୁରୁଷ ଏବଂ ଜଣେ ମହିଳା) ଆଥଲିଟ୍ ଆୟୋଗଙ୍କ ପ୍ରତିନିଧି ରହିବେ।

୨୯ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ ପରେ ୩୦ ତାରିଖରେ ପ୍ରତିଦ୍ୱନ୍ଦ୍ୱୀଙ୍କ ତାଲିକା ପ୍ରକାଶ ପାଇବ। ଡିସେମ୍ବର ୧ରୁ ୩ ତାରିଖ ମଧ୍ୟରେ ପ୍ରତ୍ୟାହାର ପରେ ୪ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ୧୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।