ପ୍ରଥମଥର ପାଇଁ ସିଙ୍ଗାପୁର ଓପନ ଟାଇଟଲ ହାତେଇଲେ ପିଭି ସିନ୍ଧୁ, ଫାଇନାଲରେ ଚୀନ ଖେଳାଳିଙ୍କୁ ଦେଲେ ମାତ୍‌

ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଜିତିଛନ୍ତି ସିଙ୍ଗାପୁର ଓପନ ଟାଇଟଲ୍। ସିନ୍ଧୁ ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ଟାଇଟଲ ହାତେଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ସିନ୍ଧୁ ଚାଇନାର ୱାଙ୍ଗ ଜୀ ୟୀଙ୍କୁ ହରାଇ ଇତିହାସ ରଚିଛନ୍ତି। ଏହା ତାଙ୍କର ପ୍ରଥମ ସୁପର ୫୦୦ ଟାଇଟଲ । ଏହି ମ୍ୟାଚରେ ସିନ୍ଧୁ ୱାଙ୍ଗ ଜୀ ୟୀଙ୍କୁ ୨୧-୯, ୧୧-୨୧ ଏବଂ ୨୧-୧୫ ରେ ପରାସ୍ତ କରିଛନ୍ତି।

ରବିବାର ଦିନ ମହିଳା ସିଙ୍ଗଲ୍ସ ଫାଇନାଲରେ ଚାଇନାର ୱାଙ୍ଗ ଜୀ ୟୀଙ୍କ ଉପରେ ଚମତ୍କାର ବିଜୟ ହାସଲ କରିଥିଲେ। ସିନ୍ଧୁ ୧୧ ତମ ମାନ୍ୟତା ୱାଙ୍ଗ ଜୀ ୟୀଙ୍କୁ ପରାସ୍ତ କରି ତାଙ୍କର ପ୍ରଥମ ସିଙ୍ଗାପୁର ଓପନ୍ ଟାଇଟଲ୍ ତଥା ତାଙ୍କର ପ୍ରଥମ ସୁପର ୫୦୦ ଟାଇଟଲ୍ ଜିତିଥିଲେ। ଦୁଇଥର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁଙ୍କ ପାଇଁ ଏହା ଚଳିତ ବର୍ଷର ତୃତୀୟ ଟାଇଟଲ୍। ଏହାପୂର୍ବରୁ ସେ ସୟଦ ମୋଦୀ ଇଣ୍ଟରନ୍ୟାସନାଲ ଏବଂ ସ୍ୱିସ୍ ଓପନ୍ ରେ ଦୁଇଟି ସୁପର ୩୦୦ ଟାଇଟଲ୍ ଜିତିଛନ୍ତି। ଦୁଇଥର ଅଲମ୍ପିକ ପଦକ ଜିତିଥିବା ସିନ୍ଧୁ ଚଳିତବର୍ଷ ଏସିଆନ୍‌ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ।

ସିନ୍ଧୁ ଚମତ୍କାର ଭାବରେ ମ୍ୟାଚ୍ ଆରମ୍ଭ କରିଥିଲେ, ପ୍ରଥମ ସେଟରେ ସେ ଚାଇନାର ସଟଲରଙ୍କୁ ୨୧-୯ ବ୍ୟବଧାନରେ ପରାସ୍ତ କରିଥିଲେ, କିନ୍ତୁ ଦ୍ୱିତୀୟ ସେଟରେ ୱାଙ୍ଗ ଜୀ ୟୀ ସିନ୍ଧୁଙ୍କୁ ୧୧-୨୧ ରେ ପରାସ୍ତ କରି ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ଶେଷରେ ସିନ୍ଧୁ ତାଙ୍କୁ ମାତ୍‌ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.