ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ

କେନ୍ୟୁଜ୍(ବ୍ୟୁରୋ):  ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ । କୋଲକାତାକୁ ୭ ରନରେ ହରାଇଲା ରାଜସ୍ଥାନ । ଜୋସ ବଟଲରଙ୍କ ଶତକ ପରେ ଯୁଜବେନ୍ଦ୍ର ଚହଲଙ୍କ ହାଟ୍ରିକ ସହ ୫ ଓ୍ଵିକେଟ ଦଖଲ ଦମରେ ରାଜସ୍ଥାନ ରୟାଲ୍ସ କୋଲକାତାକୁ ହରାଇଛି । ଏହି ବିଜୟ ସହ ରାଜସ୍ଥାନ ରୟାଲ୍ସ ୮ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି ।

କୋଲକାତା ୭ଟି ମ୍ୟାଚରୁ ଚତୁର୍ଥ ପରାଜୟ ଭୋଗିଛି । ପ୍ରଥମେ ବ୍ୟାଟିଂ କରି ବଟଲରଙ୍କ ୧୦୩ ରନର ବିସ୍ଫୋରକ ଇନିଂସ ବଳରେ ୫ ଓ୍ଵିକେଟ ହରାଇ ୨୧୭ ରନ କରିଥିଲା । ଜବାବରେ କୋଲକାତା ୨୧୦ ରନରେ ଅଲଆଉଟ ହୋଇଯାଇଥିଲା । ଚହଲ ହାଟ୍ରିକ ସହ ୫ଟି ଓ୍ଵିକେଟ ନେଇଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.