ଆଜି ଆଇପିଏଲରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ୍‌ ଓ ଦିଲ୍ଲୀ କ୍ୟାପିଟାଲସ୍

କେନ୍ଯୁଜ୍: ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଋଷଭ ପନ୍ତ ଓ ସଞ୍ଜୁ ସାମସନ୍‌ । ଦୁଇ ଯୁବ ଅଧିନାୟକଙ୍କ ମଧ୍ୟରେ କିଏ ବାଜି ମାରିବ ତାରି ଉପରେ ନଜର ରହିଛି । ରାଜସ୍ଥାନ ରୟାଲସ୍‌ ଆଜି ଦିଲ୍ଲୀ କ୍ୟାପିଟାଲସ୍‌କୁ ଭେଟିବ । ଉଭୟ ଟିମ୍‌ ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ଦୁଇ ଓ୍ଵିକେଟ କିପର ନିଜ ନିଜ ଦଳର ନେତୃତ୍ୱ ନେଉଛନ୍ତି ।

ଅଧିନାୟକ ଭାବେ ସଞ୍ଜୁ ସାମସନ ଚମତ୍କାର ଶତକ କରିବା ସତ୍ତ୍ୱେ ରାଜସ୍ଥାନ ରୟାଲସ୍‌ ମାତ୍ର ୪ ରନରେ ପଞ୍ଜାବ କିଙ୍ଗସ୍‌ ନିକଟରୁ ହାରି ଯାଇଥିଲା । ଋଷଭ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ତାର ପ୍ରଥମ ମ୍ୟାଚ୍‌ ଅତି ସହଜରେ ଜିତି ଯାଇଥିଲା । ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌କୁ ପରାସ୍ତ କରି ମନୋବଳ ଦୃଢ଼ ରହିଛି । ଋଷଭ ପନ୍ତ ଓ ସଞ୍ଜୁ ସାମସନ୍‌ ଉଭୟ ଭଲ ଫର୍ମରେ ଅଛନ୍ତି । ସଞ୍ଜୁ ଭଲ ଖେଳିଥିଲେ ବି ଦଳକୁ ଜିତାଇ ପାରିନଥିବାରୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.