ଆଇପିଏଲ ପୂର୍ବରୁ କୋଚ ସହିତ ଜବରଦସ୍ତ ଡ୍ୟାନ୍ସ କଲେ ରିଙ୍କୁ ସିଂ, ଭିଡିଓ ଭାଇରଲ

ଶ୍ରେୟସ ଆୟରଙ୍କ ନେତୃତ୍ୱରେ କୋଲକତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବ । ଭାଇରଲ ଭିଡିଓରେ କୋଲକତା ନାଇଟ ରାଇଡର୍ସ ଖେଳାଳି ରିଙ୍କୁ ସିଂ ନିଜ କୋଚ୍‌ ଚନ୍ଦ୍ରକାନ୍ତ ପଣ୍ଡିତ ସହିତ ‘ଓଲେ-ଓଲେ’ ଗୀତରେ ନାଚୁଥିବାର ନଜର ଆସିଛନ୍ତି ।

ଆଇପିଏଲ୍‌ ୨୦୨୪ ସିଜିନ ଆସନ୍ତାକାଲିରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଯାଉଛି । ଶ୍ରେୟସ ଆୟରଙ୍କ ନେତୃତ୍ୱରେ କୋଲକତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବ । ଦୁହେଁ ୨୩ ମାର୍ଚ୍ଚରେ ମ୍ୟାଚ ଖେଳିବେ । ଏହା ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ ଭାଇରଲ ହେଉଛି । ଭାଇରଲ ଭିଡିଓରେ କୋଲକତା ନାଇଟ ରାଇଡର୍ସ ଖେଳାଳି ରିଙ୍କୁ ସିଂ ନିଜ କୋଚ୍‌ ଚନ୍ଦ୍ରକାନ୍ତ ପଣ୍ଡିତ ସହିତ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ରିଙ୍କୁ ଏବଂ ଚନ୍ଦ୍ରକାନ୍ତ ପଣ୍ଡିତ ଗୀତ ‘ଓଲେ-ଓଲେ’ ଗୀତରେ ନାଚୁଥିବାର ନଜର ଆସିଛନ୍ତି ।

କୋଲକତା ନାଇଟ ରାଇଡର୍ସ ନିଜର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ସେୟାର କରିଛି । ସୋସିଆଲ ମିଡିଆରେ ରିଙ୍କୁ ଏବଂ ଚନ୍ଦ୍ରକାନ୍ତ ପଣ୍ଡିତ ଭିଡିଓ ଭାଇରଲ ହେଉଛି । ଫ୍ୟାନ୍ସଙ୍କୁ ଦୁହିଁଙ୍କ ଡ୍ୟାନ୍ସ ଖୁବ ପସନ୍ଦ ଆସୁଛି । ସୋସିଆଲ ମିଡିୟାରେ ୟୁଜର୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ।

ରିଙ୍କୁ ନିଜ ଆଇପିଏଲ କ୍ୟାରିଅରରେ ୩୧ଟି ମ୍ୟାଚ ଖେଳିସାରିଛନ୍ତି । ଏଥିରେ ୧୪୨.୧୬ ଷ୍ଟ୍ରାଇକ ରେଟ ଏବଂ ୩୬.୨୫ ଆଭରେଜରେ ୭୨୫ ରନ୍‌ କରିଛନ୍ତି । ଏହି ଖେଳାଳି ୪ ଟି ଅର୍ଦ୍ଧଶତକ ରହିଛି । ଆଇପିଏଲରେ ରିଙ୍କୁ ସିଂଙ୍କ ଶ୍ରେଷ୍ଠ ସ୍କୋର ୬୭ ରନ୍‌ ରହିଛି । ଏହାଛଡା ରିଙ୍କୁ ୨ଟି ଦିନିକିଆ ଏବଂ ୧୫ଟି ଟି୨୦ ମ୍ୟାଚରେ ଭାରତୀୟ ଟିମକୁ ପ୍ରତିନିଧିତ୍ୱ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.