ଓଡ଼ିଶାର ବିଭିନ୍ନ ସ୍ଥାନରେ ମାତିଛନ୍ତି ଲୁଟେରା, ରୁହନ୍ତୁ ସତର୍କ ନଚେତ ଆପଣ ମଧ୍ୟ ହୋଇପାରନ୍ତି ଲୁଟର ଶିକାର

ଓଡ଼ିଶାର ବିଭିନ୍ନ ସ୍ଥାନରେ ମାତିଛନ୍ତି ଲୁଟେରା । ଦିନ ଦ୍ଵିପ୍ରହରରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ତେବେ ଆପଣମାନେ ମଧ୍ୟ ଟଙ୍କା ଉଠାଇବା ପାଇଁ ନିଶ୍ଚୟ ବ୍ୟାଙ୍କ ଯାଉଥିବେ ଏବଂ ଏହି ଟଙ୍କା ନେଇ ରାସ୍ତାରେ ଯିବା ଆସିବା କରୁଥିବେ । ତେବେ ଏହି ସମୟରେ ଯଥେଷ୍ଟ ସତର୍କ ରୁହନ୍ତୁ ନଚେତ ଆପଣ ମଧ୍ୟ ହୋଇପାରନ୍ତି ଲୁଟର ଶିକାର ।

ଓଡ଼ିଶାର ବିଭିନ୍ନ ସ୍ଥାନରେ ମାତିଛନ୍ତି ଲୁଟେରା । ଦିନ ଦ୍ଵିପ୍ରହରରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ତେବେ ଆପଣମାନେ ମଧ୍ୟ ଟଙ୍କା ଉଠାଇବା ପାଇଁ ନିଶ୍ଚୟ ବ୍ୟାଙ୍କ ଯାଉଥିବେ ଏବଂ ଏହି ଟଙ୍କା ନେଇ ରାସ୍ତାରେ ଯିବା ଆସିବା କରୁଥିବେ । ଟଙ୍କା ଗାଡି ଡିକିରେ ରଖି ଚା’ ମଧ୍ୟ ପିଇବାକୁ ଯାଉଥିବେ । ତେବେ ଏହି ସମୟରେ ଯଥେଷ୍ଟ ସତର୍କ ରୁହନ୍ତୁ ନଚେତ ଆପଣ ମଧ୍ୟ ହୋଇପାରନ୍ତି ଲୁଟର ଶିକାର । ଟଙ୍କା ତ ଯିବ ଯିବ ଏହା ସହ ଆପଣଙ୍କ ଜୀବନ ପ୍ରତି ମଧ୍ୟ ରହିଛି ବିପଦ । ତେବେ ଆପଣମାନେ ନିଶ୍ଚୟ ଭାବୁଥିବେ ଏହି କଥା ଆମେ ଆପଣଙ୍କୁ କାହିଁକି କହୁଛୁ ।

କାରଣ ନିକଟରେ ଓଡ଼ିଶାର ଦୁଇଟି ସ୍ଥାନରେ ମୋଟର ସାଇକେଲ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କାର ଲୁଟ ହୋଇଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜୟପ୍ରକାଶ ନଗର ଛକରେ । ବ୍ରହ୍ମପୁର ଉପକଣ୍ଠ ସୁନାଥର ଗାଁ କୃଷ୍ଣ ମହାରଣା ଜଣେ ପ୍ଲଟ ମାଲିକ ଥିବା ବେଳେ ଆଜି ଜଣେ ଗ୍ରାହକ ଜୟପ୍ରକାଶ ନଗରରେ ଥିବା ଏକ୍ସିସ ବ୍ୟାଙ୍କରୁ ୫ଲକ୍ଷ ୬୦ ହଜାର ଟଙ୍କା ଉଠାଇ କୃଷ୍ଣଙ୍କୁ ଦେଇଥିଲେ । କୃଷ୍ଣ ସେହି ଟଙ୍କାକୁ ବ୍ୟାଙ୍କରୁ ବାହାର କରି ନିଜ ଗାଡ଼ି ଡିକିରେ ରଖିଥିଲେ । ଏହାପରେ ଚା’ ପିଇବା ପାଇଁ ବ୍ୟାଙ୍କ ସମ୍ମୁଖରେ ରହିଥିବା ଏକ ଚା’ ଦୋକାନକୁ ଯାଇଥିଲେ ।

ଚା’ ପିଇ ଗାଡ଼ି ପାଖକୁ ଫେରିବା ସମୟରେ ଦେଖିଲା ବେଳକୁ ଗାଡ଼ି ଡିକି ଖୋଲା ଥିବା ଦେଖିବାକୁ ପାଇଥିଲେ କୃଷ୍ଣ । ଡିକି ଦେଖିଲା ବେଳକୁ ସେଥିରେ ଥିବା ୫ ଲକ୍ଷ ୬୦ ହଜାର ଟଙ୍କା ଆଉ ନଥିଲା । ନିକଟରେ ରହିଥିବା ସିସିଟିଭି କ୍ୟାମେରାରେ ଦେଖିଲା ବେଳକୁ ଜଣେ ଯୁବକ ଡିକି ଖୋଲି ଟଙ୍କା ନେଇଥିବା ଦେଖିବାକୁ ପାଇଥିଲେ କୃଷ୍ଣ । ଟଙ୍କା ଲୁଟ ହୋଇଥିବା ନେଇ କୃଷ୍ଣ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ମାତ୍ର କିଛି ସମୟ ମଧ୍ୟରେ ଡିକି ଖୋଲି ଟଙ୍କା ଚୋରି ହୋଇଥିବା ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି ସ୍ଥାନୀୟ ଚା’ ଦୋକାନୀ ।

ସେହିଭଳି ଭାବେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି – ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ଦନ୍ଦରାଠାରେ ଦିନ ଦ୍ୱିପ୍ରହରରେ ଚଳନ୍ତା ବାଇକକୁ ଧକ୍କା ଦେଇ ମାରଣାସ୍ତ୍ର ଦେଖାଇ ବାଇକର ଡିକି ଭାଙ୍ଗି ସାଢ଼େ ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ନେଇଛନ୍ତି ଦୃବୁର୍ତ୍ତ । ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତର ପିଇଓ ସତ୍ୟ ଘିଭେଲା ଓ ଅନ୍ୟ ସହଯୋଗୀ ଇଓ ଚିନ୍ତାମଣି ରଣା ଏକ ବାଇକରେ ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇ ନିଜ ଘରକୁ ଯାଉଥିଲେ । ଏତିକି ସମୟରେ ଏକ ଆପାଚି ଗାଡିରେ ୩ ଜଣ ଦୃବୁର୍ତ୍ତ ପିଛା କରି ବାଇକ ଧକ୍କା ଦେଇ ଗାଡି ଡିକିରୁ ଟଙ୍କା ନେଇଯାଇଥିଲେ । ଅପରାହ୍ନରେ ନିଛାଟିଆ ସ୍ଥାନ ଦେଖି ଲୁଟର ଶିକାର ହୋଇଛନ୍ତି ଏହି ଦୁଇ ଜଣ । ଉଭୟ ଇଓ ସାମାନ୍ୟ ଆହତ ହୋଇ ବଙ୍ଗୋମୁଣ୍ଡା ଡ଼ାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ । ଏନେଇ ବଙ୍ଗୋମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.