ସ୍ଥିତି ଯାହା କହେ ତାହା ଗ୍ରହଣ କରେ : ରୋହିତ ଶର୍ମା

ଟେଷ୍ଟ ମ୍ୟାଚରେ ଭାରତ ଅଗ୍ରଣୀ ହେବାପରେ ଟିମ କ୍ୟାପଟେନ ରୋହିତ ଶର୍ମାଙ୍କ ପ୍ରତିକ୍ରିୟା । କହିଛନ୍ତି ଟେଷ୍ଟମ୍ୟାଚରେ କ୍ୟାପଟେନସି କରିବା ମୋ ପାଇଁ ଏକ ବଡକଥା ଥିଲା । ଦଳ ମୋତେ ବହୁତ ସମର୍ଥନ କରିଛି । ଆମ ଦଳରେ ଅନେକ ସିନିୟର୍ସ ଅଛନ୍ତି ଯେଉଁମାନେ ଖେଳକୁ ଭଲଭାବରେ ବୁଝନ୍ତି । ସେମାନେ ସେମାନଙ୍କ ଇନପୁଟ ଦଉଥିଲେ ସେଥିପାଇଁ ମୋ ଖେଳ ମଧ୍ୟ ଆଉଟପୁଟ ଭଲ ଦେଲା ।

ଅଧିନାୟକ ଭାବରେ ମୋର ପିଲୋସଫି ହେଉଛି ଖେଳ ସ୍ଥିତିକୁ ଧ୍ୟାନରେ ରଖି ସେହି ସମୟରେ ଆପଣ ଯାହା ଠିକ ଅନୁଭବ କରୁଛନ୍ତି ତାହା ଗ୍ରହଣ କରିବା । ମୁଁ ଏସବୁକୁ ଗ୍ରାଉଣ୍ଡରେ ଆନାଲିସିସ କରିବାକୁ ଚେଷ୍ଠା କରେ । ରୋହିତ ଏକଥା ମଧ୍ୟ କହିଛନ୍ତି କି ମୁଁ ଆମ ବୋଲରଙ୍କୁ ବୋଲିଂ କରିବାର ଦେଖିଛି । ତେଣୁ ସେମାନଙ୍କର ଶକ୍ତି ବା ଦକ୍ଷତା, ଦୁର୍ବଳତା ମୁଁ ଭଲଭାବରେ ଜିଣିଛ ି। ତାଛଡା ସାମନା ଦଳକୁ ମଧ୍ୟ ପଢିବାକୁ ଚେଷ୍ଠା କରେ । ସବୁକିଛି ହୁଏତ ସେହି ଭଳି ନଯାଇପାରେ କିନ୍ତୁ ଏହା ଅଧିକ ପ୍ରତିଶତ ରହିଥାଏ । ତେଣୁ ସେହି ପଥରେ ଆଗକୁ ବଢିବାକୁ ଭାବେ ।

ଲଙ୍ଗ ଟର୍ମ ଟାର୍ଗେଟ ହେଉଛି ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲ । କିନ୍ତୁ ସତ କହିବାକୁ ଗଲେ ଏହା ଏମିତିରେ ହୋଇଯିବନି । ଆମକୁ ଦେଖିବାକୁ ପଡିବ ଆମେ ବର୍ତ୍ତମାନରେ କେମିତି ପରଫର୍ମ କରୁଛେ । ହଁ କିଛିଟା ପଦକ୍ଷେପ ନେଲେ ହିଁ ଆମେ ସେହି ଶୀର୍ଷରେ ପହଞ୍ଚିପାରିବା । କିନ୍ତୁ ଦକ୍ଷିଣ ଆପ୍ରିକା ହାରିବା ପରେ ଦଳ ପ୍ରଭାବ ବିସ୍ତାର କରିବା ଏତେ ସହଜ ହେବନାହିଁ ।

ଭାରତୀୟ ଟିମ ତାର ଦୁଇ ଅଭିଜ୍ଞ ପ୍ଲେୟାର ଚେତେଶ୍ୱର ପୁଜାରା ଓ ଆଜିଙ୍କ୍ୟ ରାହାଣେଙ୍କୁ ମିସ କରୁଛି ବୋଲି କହିଛନ୍ତି ଦଳ ଅଧିନାୟକ । ହନୁମାନ ବିହାରି ୩ନମ୍ବରରେ ବ୍ୟାଟିଂ ଚ୍ୟାଲେଞ୍ଜ ଥିଲା । ଶ୍ରେୟସ ଆୟରଙ୍କ ସ୍ଥାନ ୬ନମ୍ବର ମଧ୍ୟ ଆଉ ଏକ ଆହ୍ଵାନ ଥିଲା ଦଳ ପାଇଁ । କିନ୍ତୁ ସେ ଖେଳରେ ନିଜର ପରିପକ୍ୱତା ଦେଖାଇଛନ୍ତି । ଅନେକ କିଛି ପରିବର୍ତ୍ତନ ଭିତରେ ବି ଆମେ ସଠିକ ଯିବାର ମନେ ହେଉଥିବା କହିଛନ୍ତି ରୋହିତ ।

ଦଳର ସିନିୟରମାନଙ୍କଠାରୁ ସେ ସାହାଯ୍ୟ ପାଇଛନ୍ତି । ଦକ୍ଷିଣ ଆଫ୍ରିକାରେ ହାରିବା ପରେ ବିରାଟ କୋହଲି ଏହି ପଦ ଛାଡିଥିଲେ । ଏହାପରେ ଶ୍ରୀଲଙ୍କା ବିପକ୍ଷ ସିରିଜ ପୂର୍ବରୁ ରୋହିତଙ୍କୁ ଟେଷ୍ଟ ଅଧିନାୟକ ଭାବରେ ଘୋଷାଣା କରାଗଲା । ଆଉ ଏବେ ଏବେ ଟେଷ୍ଟ ସିରିଜ ପୋଛିନେଇଛି ଭାରତ । ଯାହା ପାଇଁ ରୋହିତଙ୍କୁ ଚାରିଆଡୁ ଶୁଭେଚ୍ଛା ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.