ବୋଲର ହେବାକୁ ଚାହୁଁଥିଲେ ରୋହିତ ଶର୍ମା, କିନ୍ତୁ ଟ୍ୟାଲେଣ୍ଟ ବଳରେ ହୋଇଗଲେ ହିଟମ୍ୟାନ

ବେହଦ ତେଜ ବାଉନସର…ବଲ ଯାଇ ସିଧା ବାଉଣ୍ଡେରି ରେଖା ପାର… ବହୁତ ଲମ୍ବା ଛକା।ଯେତେବେଳେ ବି ରୋହିତ ଶର୍ମା କ୍ରେଜକୁ ଆସନ୍ତି ଏମିତି କେମେଷ୍ଟ୍ରି ସବୁବେଳେ ଶୁଣିବାକୁ ମିଳେ। ଟିମ ଇଣ୍ଡିଆର ଉପଅଧିନାୟକଙ୍କୁ ବାଉନସର ଦେଲେ ବଲ ୬ ରନ ହିଁ ହୋଇଥାଏ। ଭାରତୀୟ କ୍ରିକେଟ ଦଳର ହିଟମ୍ୟାନ ରୋହିତ ଶର୍ମାଙ୍କର ଆଜି ୩୩ତମ ଜନ୍ମଦିନ। ରୋହିତ ଶର୍ମା ନିଜ କ୍ୟାରିୟରରେ ଏମିତି ଅନେକ ରେକର୍ଡ ବନାଇଛନ୍ତି, ଯାହାକୁ ଜାଣିଲେ ଲୋକଙ୍କ ହୋସ ଉଡିଯିବ।

ରୋହିତ ଶର୍ମା ୱାନଡେରେ ତିନୋଟି ଡବଲ ଶତକ କରିବାର ମଧ୍ୟ ରେକର୍ଡ ନିଜ ନାମରେ କରିଛନ୍ତି। ଟି୨୦ରେ ପ୍ରାୟ ୩୫ ବଲରେ ସେଂଚୁରୀ କରିବାର କାରନାମା ମଧ୍ୟ ସେ କରିଛନ୍ତି। କିନ୍ତୁ କଣ ଆପଣଙ୍କୁ ଜଣାଅଛି ହିଟମ୍ୟାନଙ୍କ ନାମରେ ସମସ୍ତଙ୍କ ପସନ୍ଦ ରୋହିତ ଶର୍ମା ଜଣେ ବୋଲର ହେବାକୁ ଚାହୁଁଥିଲେ। ତାହେଲେ ଆସନ୍ତୁ ଜାଣିବା ରୋହିତ ଶର୍ମାଙ୍କର କ୍ୟାରିୟରର କିଛି ଅଜଣା କଥା।

rohitସ୍ପିନର ହେବାକୁ ଚାହୁଁଥିଲେ ରୋହିତ ଶର୍ମା

ରୋହିତ ଶର୍ମା କ୍ରିକେଟ ମୁମ୍ବାଇରେ ଶିଖିଲେ। ଥରେ ସେ ଟ୍ରାଏଲ ପାଇଁ ଷ୍ଟାଡିୟମରେ ପହଁଚି ଦେଖିଲେ ନେଟସରେ ବ୍ୟାଟ୍ସମ୍ୟାନଙ୍କ ଲମ୍ବା ଲାଇନ ଲାଗିଛି। ରୋହିତ ସେହି ସମୟରେ ହିଁ ନିଷ୍ପତ୍ତି ନେଇଥିଲେ ଯେ ସେ ବୋଲର ହେବେ ଏବଂ ଅଫ ସ୍ପିନ ବୋଲର ଭାବରେ ସିଲେକ୍ଟ ହେଲେ। କିନ୍ତୁ ଏହାପରେ ମୁମ୍ବାଇର ପ୍ରସିଦ୍ଧ କୋଚ୍ ଦିନେସ ଲାଡ଼ ରୋହିତଙ୍କ ଟ୍ୟାଲେଣ୍ଟକୁ ଚିହ୍ନି ପାରିଥିଲେ ଏବଂ ଜାଣିପାରିଥିଲେ ଯେ ଏହି କ୍ରିକେଟର ଜଣେ ବୋଲର ନୁହେଁ ବ୍ୟାଟ୍ସମ୍ୟାନ ଅଟନ୍ତି।

ସ୍କୁଲର ଫିସ ଭରିବାକୁ ନଥିଲା ଟଙ୍କା

ରୋହିତ ଶର୍ମାଙ୍କ ନେଟୱର୍ଥ ଆଜି ୧୫୦ କୋଟି ଟଙ୍କାରୁ ବି ଅଧିକ। କିନ୍ତୁ ଯେତେବେଳେ ସେ କ୍ରିକେଟ ଶିଖିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ପରିବାର ପାଖରେ ତାଙ୍କ ସ୍କୁଲ ଫିସ ଦେବାପାଇଁ ମଧ୍ୟ ଟଙ୍କା ନଥିଲା। ରୋହିତ ଏକ ଗରିବ ପରିବାରରେ ଜନ୍ମ ନେଇଥିଲେ। ସେ ଡଂମ୍ବୀବଲିର ବେଳାନକନି ହାଇ ସ୍କୁଲରେ ପଢିଥିଲେ। ଏହାପରେ ରୋହିତଙ୍କୁ ବୋରେବଲିର ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସ୍କୁଲରେ ଆଡ଼ମିଶନ ପାଇଁ ପରମିଶନ ମିଳିଲା, ଯେଉଁଠି କ୍ରିକେଟର ଭଲ ଟ୍ରେନିଂ ମିଳୁଥିଲା। କିନ୍ତୁ ତାଙ୍କ ପରିବାର ପାଖରେ ସ୍କୁଲ ଫିସ ଦେବା ପାଇଁ ଟଙ୍କା ନଥିଲା। ରୋହିତଙ୍କ ଟ୍ୟାଲେଣ୍ଟ ଦେଖି ସ୍କୁଲ ତାଙ୍କ ପୂରା ଫିସକୁ ଛାଡ କରିଦେଇଥିଲେ।

rohittଟି୨୦ ଶତକ ଲଗାଇଥିବା ପ୍ରଥମ ଭାରତୀୟ

ରୋହିତ ଶର୍ମା ଟି୨୦ ଶତକ ଲଗାଇଥିବା ପ୍ରଥମ ଭାରତୀୟ କ୍ରିକେଟର ଅଟନ୍ତି। ବର୍ଷ ୨୦୦୬-୦୭ରେ ଟି୨୦ଫର୍ମାଟକୁ ଘରୋଇ କ୍ରିକେଟରେ ଅଣାଗଲା ଏବଂ ରୋହିତ ଶର୍ମା ଗୁଜରାଟ ବିପକ୍ଷରେ ୪୫ ବଲରେ ଶତକ ମାରିଥିଲେ। ଏଥିରେ ରୋହିତ ୪୫ ବଲରେ ୧୩ ଚଉକା ଏବଂ ୫ ଛକା ମାରିଥିଲେ।

ଅଣ୍ଡା ଏବଂ ଶୋଇବାର ସୌକିନ

ଅଧିନାୟକ ବିରାଟ କୋହଲି ଖୁଲାସା କରିଥିଲେ ଯେ ରୋହିତ ଶର୍ମାଙ୍କୁ ଶୋଇବାକୁ ବହୁତ ଭଲ ଲାଗେ। ସେ ଦଳର ଖେଳାଳୀଙ୍କ ମଧ୍ୟରୁ ଅଧିକ ଶୁଅନ୍ତି। କେବଳ ଏତିକି ନୁହେଁ ରୋହିତଙ୍କୁ ଅଣ୍ଡା ବହୁତ ପସନ୍ଦ। ସେ ନିଜେ ଜଣାଇଥିଲେ ଯେ ଥରେ ସେ ଗୋଟେ ଦିନରେ ୪୫ଟା ଅଣ୍ଡା ଖାଇ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.