ଓ୍ଵାଙ୍ଖଡେରେ ଲାଗିଲା ସଚିନ ତେନ୍ଦୁଲକରଙ୍କ ୨୨ ଫୁଟର ଷ୍ଟାଚ୍ୟୁ, ନିଜେ ଅନାବରଣ କଲେ ସଚିନ
ବିଶ୍ୱକପ ୨୦୨୩ ମଧ୍ୟରେ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ୨୨ ଫୁଟ ପ୍ରତିମାକୁ ଅନାବରଣ କରାଯାଇଛି । ସଚିନ ନିଜେ ଅନାବରଣ କରିଛନ୍ତି ।

ମୁମ୍ବାଇର ଓ୍ଵାଙ୍ଖଡେରେ ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ୨୨ ଫୁଟ ପ୍ରତିମାକୁ ଅନାବରଣ କରାଯାଇଛି । ସଚିନ ତେନ୍ଦୁଲକର ନିଜ ପ୍ରତିମାଙ୍କୁ ଅନାବରଣ କରିଛନ୍ତି । ଏହି ଅବସରରେ ସଚିନଙ୍କ ସହିତ ଅଞ୍ଜଳି ଏବଂ ଝିଅ ସାରା ତେନ୍ଦୁଲକର ଉପସ୍ଥିତ ରହିଥିଲେ ।
ଏହି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ବିସିସିଆଇ ସଚିବ ଜୟ ଶାହା, ବିସିସିଆଇ ଅଧ୍ୟକ୍ଷ ରାଜୀବ ଶୁକ୍ଳା, ଏନସିପି ମୁଖ୍ୟ ଏବଂ ପୂର୍ବ ବିସିସିଆଇ ପ୍ରମୁଖ ଶରଦ ପାଓ୍ଵର, ଏମସିଏ ଅଧ୍ୟକ୍ଷ ଅନମୋଲ କାଲେ ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଏହି ପ୍ରତିମା ତେନ୍ଦୁଲକରଙ୍କ ଜୀବନକୁ ୫୦ ବର୍ଷ ସମର୍ପିତ ।
#WATCH | Statue of Cricket legend Sachin Tendulkar unveiled at Wankhede Stadium in Mumbai. https://t.co/GbeURccO7X pic.twitter.com/S0wRWttUnY
— ANI (@ANI) November 1, 2023
ତେନ୍ଦୁଲକର କହିଛନ୍ତି, ଏହା ବାସ୍ତବରେ ମୋ ପାଇଁ ବିଶେଷ ମୁହୂର୍ତ୍ତ । ମୁଁ ବହୁତ ଖୁସି । ମୁଁ ବୁଝିପାରୁନି, କେମିତି ପ୍ରତିକ୍ରିୟା ଦେବି । ଏଠାରେ ଠିଆ ହୋଇ ବାସ୍ତବରେ ବିନମ୍ର । ଏହି ମଇଦାନକୁ ଆସି ଅନେକ ସ୍ମରଣୀୟ ମୁହୂର୍ତ୍ତ ସାମ୍ନାକୁ ଆସିଛି । ଏହି ମଇଦାନରେ ଚାଲିବା ବାସ୍ତବରେ ସମ୍ମାନର ବିଷୟ ।