ସାନିଆ ମିର୍ଜାଙ୍କ ଉଉଣୀଙ୍କୁ ବିବାହ କରିବେ ଭାରତୀୟ କ୍ରିକେଟ୍ ଦଳର ପୂବର୍ତନ ଅଧିନାୟକ ଆଝାରୁଦ୍ଦିନଙ୍କ ପୁଅ

ଟେନିସ୍ ସୁନ୍ଦରୀ ସାନିଆ ମିର୍ଜାଙ୍କ ଉଉଣୀ ଆନମ ଭାରତୀୟ କ୍ରିକେଟ୍ ଦଳର ପୂବର୍ତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅସଦ ଓ ଆନମ ଦୀର୍ଘ ଦିନ ହେବ ପରସ୍ପରକୁ ପ୍ରେମ କରୁଥିବାବେଳେ ଉଭୟ ପରସ୍ପରକୁ ବିବାହର କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୫ ବର୍ଷୀୟ ଅସଦ ଏବଂ ୨୮ ବର୍ଷୀୟା ଆନମ ନିଜ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ମଧ୍ୟ ଏନେଇ କିଛି ସୁରାଖ ଦେଇଛନ୍ତି।

Azharuddins-son ଉଭୟ ଏକାଠି ଦୁବାଇରେ ସପିଂ କରୁଥିବାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଉଭୟ ଚଳିତ ବର୍ଷ ଶେଷ ଆଡ଼କୁ ବିବାହ ବନ୍ଧନରେ ଆବଦ୍ଧ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସୁଚନା ଅନୁଯାୟୀ ଆନମଙ୍କର ଏହା ଦ୍ବିତୀୟ ବିବାହ ହେବ।ଦୁଇ ବର୍ଷର ବୈବାହିକ ଜୀବନ ପରେ ତାଙ୍କର ବି‌ଚ୍ଛେଦ ହୋଇ ଯାଇଥିଲା। ଛାଡ଼ପତ୍ର ପରେ ଆନମ ନିଜଠାରୁ ଦୁଇ ବର୍ଷ ସାନ ଅସଦଙ୍କ ପ୍ରେମରେ ପଡ଼ି ଯାଇଛନ୍ତି ଏବଂ ଦ୍ବିତୀୟ ଥର ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି।