ଶୁଭମନ୍‌ ଗିଲ ଆଉଟ ହେବା ପରେ ସାରା ଏକ୍ସ ରେ ଦେଲେ ଲଭ ଇମୋଜି, ଲେଖିଲେ ଏମିତି

ପ୍ରତ୍ୟେକ ତାଙ୍କ ନିକଟତମ ବ୍ୟକ୍ତିଙ୍କ ସଫଳତାରେ ଖୁସି ହେବା ସ୍ୱାଭାବିକ । ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇ ଓ୍ଵାଙ୍ଖେଡେ ଷ୍ଟାଡିୟମରେ ।  ଶୁଭମନ ଗିଲ୍‌ ଷ୍ଟାଡିୟମରେ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଦର୍ଶକ ଗ୍ୟାଲେରୀରେ ବସିଥିବା ସାରା (ସଚ୍ଚିନ ତେନ୍ଦୁଲକରଙ୍କ ଝିଅ )ଏମିତି କିଛି ପ୍ରତିକ୍ରିୟା ଦେଇଥିଲେ ।

ଗିଲ୍‌ ମାତ୍ର ୯୨ଟି ବଲ ଖେଳି ୯୨ ରନ୍‌ କରିଥିବା ବେଳେ ମାତ୍ର ୮ ରନ ପାଇଁ ଶତକରୁ ବଂଚିତ ରହିଥିଲେ । ଗିଲଙ୍କ ଛକା ଚୌକା ମାଡରେ ସାରା ଦର୍ଶକ ଗ୍ୟାଲେରୀରୁ ତାଳି ମାରି ଉତ୍ସାହିତ କରୁଥିବା ଦେଖାଯାଇଥିଲା । ହେଲେ ୯୨ ରନରେ ଗିଲ ଆଉଟ ହୋଇ ପାଭିଲୋନକୁ ଫେରିଥିବା ବେଳେ ସାରା ଦୁଃଖରେ ଆଖି ପୋଛୁଥିବା ଦେଖାଯାଇଥିଲା । ଯାହାର ଭିଡିଓ ଭାଇରାଲ ହେବା ଦେଖାଯାଇଛି ।

୯୨ ରନରେ ଗିଲାଙ୍କ ଆଉଟ ପରେ ସାରା ଆଖିରୁ ଲୁହ ପୋଛୁଛନ୍ତି । ତେବେ ତାଳି ମାରି ଗିଲଙ୍କୁ ସ୍ୱାଗତ କରିଛନ୍ତି । ସାରା ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ‘ଗିଲ ବହୁତ ଭଲ ଖେଳିଲ ’ ଏହା ସହ ଲାଲ ହୃଦୟ ଇମୋଜି ମଧ୍ୟ ଦେଇଛନ୍ତି ।

ପ୍ରକାଶଯୋଗ୍ୟ, ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଭାରତକୁ ଆରମ୍ଭରୁ ଝଟକା ଲାଗିଥିଲେ ବି ଦଳର ଅଭିଜ୍ଞ ବ୍ୟାଟର ବିରାଟ କୋହଲି ଓ ଯୁବ ବ୍ୟାଟର ଶୁଭମନ୍ ଗିଲ ଭାରତର ବ୍ୟାଟିଂକୁ ଆଗକୁ ନେଇ ଯାଇଥିଲେ । ଗିଲ ୯୨ ଓ କୋହଲି ୮୮ ରନ କରି ଆଉଟ ହୋଇଥିଲେ । ଶୁଣାଯାଉଛି ଶୁଭମନ ଗିଲ୍‌ ସାରା ତେନ୍ଦୁଲକରଙ୍କ ମଧ୍ୟରେ ଲଭ ଚାଲିଛି ଓ ସେ ଖୁବ ଶୀଘ୍ର ବନ୍ଧନ ରେ ଏକ ହୋଇ ପାରନ୍ତି  ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.