ଶୁଭମନ ଗିଲ୍‌ଙ୍କ ଚାଞ୍ଚଲ୍ୟକର ବୟାନ, ସିନିଅରଙ୍କ ବ୍ୟାଟରେ କରନ୍ତି ଏପରି କାମ

ଏବେ କ୍ରିକେଟ ଫ୍ୟାନ୍ସ ଆଇପିଏଲ୍‌ ଦେଖିବାରେ ବ୍ୟସ୍ତ ରହିଛନ୍ତି। ଇଣ୍ଡିଆନ ପ୍ରିମିଅର ଲିଗର ୧୫ ତମ ସିଜିନରେ ଗୁଜୁରାଟ ଟାଇଟନ୍ସ ପଏଣ୍ଟ ତାଲିକାରେ ଉପରେ ରହିଛି। ଏଥିରେ ଖେଳୁଥିବା ଶୁଭମନ ଗିଲ୍‌ ନିଜର ପିଲାଦିନରୁ ଅନୁଭୂତିକୁ ସେୟାର କରିଛନ୍ତି। ଟିମ୍‌ ଖେଳାଳି ଗୁରକୀରତ ମାନ ଏବଂ ଜୟନ୍ତଙ୍କ ସହିତ କଥା ହେବା ସମୟରେ ସେ କିଭଳି ଛୋଟ ବେଳରେ ଅନ୍ଧବିଶ୍ୱାସ ରଖିଥିଲେ, ତାହା ବିଷୟରେ କହିଛନ୍ତି।

ଶୁଭମନ ଗିଲ୍‌ କହିଛନ୍ତି, କିଭଳି ସେ ପିଲାଦିନେ ନିଜର ସିନିଅରଙ୍କ ବ୍ୟାଟ୍‌ ମାଗି ଖେଳିବାକୁ ଆସନ୍ତି ଆଉ ବହୁତ ରନ୍‌ କରନ୍ତି। ଅଣ୍ଡର-୧୯ କ୍ରିକ୍ରେଟରେ ଭାଗ ନେବା ପାଇଁ ଶୁଭମନ ବହୁତ କମ୍‌ ସମୟରେ କଠିନ ପରିଶ୍ରମ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଛୋଟ ପିଲା ଥିଲେ, ସେତେବେଳେ ଗୁରକୀରତ ମାନଙ୍କୁ ବହୁତ ନକଲ କରୁଥିଲି। ଯେତେବେଳେ ସେ ବ୍ୟାଟିଂ କରୁଥିଲେ ମୁଁ ସେତେବେଳେ ତାଙ୍କ ନକଲ କରୁଥିଲି। ତାଙ୍କ ବ୍ୟାଟରେ ଅଧିକ ସମୟ ବ୍ୟାଟିଂ କରୁଥିଲି। ତାଙ୍କ ବ୍ୟାଟରେ ବ୍ୟାଟିଂ କଲେ ଅଧିକ ରନ କରିବି ବୋଲି ମୋର ଅନ୍ଧବିଶ୍ୱାସ ଥିଲା। ତେଣୁ ସବୁବେଳେ ତାଙ୍କ ବ୍ୟାଟକୁ ନେବା ପାଇଁ ଚେଷ୍ଟା କରୁଥିଲି। ମାନଜୀଙ୍କ ବ୍ୟାଟରେ ବ୍ୟାଟିଂ କଲେ ଅଧିକ ରନ୍‌ କରିପାରିବି ବୋଲି ମୋର ବିଶ୍ୱାସ ରହିଥିଲା। ହରିଆଣାର ଘରୋଇ କ୍ରିକେଟ ମ୍ୟାଚରେ ଶୁଭମନ ଗିଲ୍‌ ଏବଂ ଗୁରକୀରତ ମାନ ଏକାଠି ଖେଳିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.