ଆଇପିଏଲରୁ ଟିମ୍ ବିଦା ହେଲା ପରେ ବି ଖୁସି ଅଛନ୍ତି କେନ ଓ୍ଵିଲିୟମସନ, କାହିଁକି ଟିକେ ପଢନ୍ତୁ

ଆଇପିଏଲ ୨୦୨୨ ମ୍ୟାଚରୁ ବାଦ୍‌ ପଡିଲାଣି ଟିମ୍‌ ସନରାଇଜର୍ସ ହାଇଦ୍ରାବାଦ। କିନ୍ତୁ ଟିମର ଅଧିନାୟକ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ ଓ୍ଵିଲିୟମସନଙ୍କ ପାଇଁ ଆସିଛି ଖୁସି ଖବର। କେନ ଓ୍ଵିଲିୟମସନ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। କେନଙ୍କ ପତ୍ନୀ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଯାହା ଫଟୋ ସୋସିଆଲ ମିଡିଆରେ ଓ୍ଵିଲିୟମସନ ସେୟାର କରିଛନ୍ତି। ଆଉ ଖୁସି ଖବର ପାଇଁ ସମସ୍ତେ ଓ୍ଵିଲିୟମସନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁରେଶ ରାଇନାଙ୍କ ଠାରୁ ଆରମ୍ଭ କରି ରାସିଦ ଖାନ, ଜେସନ ହୋଲ୍ଡର, ଡେଭିଡ ଓ୍ଵାର୍ନର, ମ୍ୟାକକୁଲମ ସମେତ ଅନ୍ୟ ଖେଳାଳି ସୋସିଆଲ ମିଡିଆ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି।

ପତ୍ନୀଙ୍କର ପିଲା ହେବାର ଖବର ଶୁଣି ଓ୍ଵିଲିୟମସନ ଶେଷ ମ୍ୟାଚ ନ ଖେଳି ନିଜ ଦେଶକୁ ଫେରିଯାଇଥିଲେ। ନିଜ ପତ୍ନୀଙ୍କ ସହିତ ସମୟ ବିତେଇବା ପାଇଁ ସ୍ୱଦେଶ ଫେରିଯାଇଥିଲେ। ଓ୍ଵିଲିୟମସନଙ୍କ ଅଧିନାୟକତ୍ୱରେ ଟିମ୍‌ ହାଇଦ୍ରାବାଦ ବେଶ୍‌ କିଛି ଖାସ୍‌ କରିପାରିନଥିଲା। ରବିବାର ହୋଥିବା ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସ ହାଇଦ୍ରାବାଦକୁ ୫ ଓ୍ଵିକେଟରେ ହରାଇଛି। ଏହି ମ୍ୟାଚରେ ଭୁବନେଶ୍ୱର କୁମାର ଟିମ୍‌ର ଦାୟିତ୍ୱ ସମ୍ଭାଳିଥିଲେ। ଆଇପିଏଲ୍‌ ୨୦୨୨ରେ ହାଇଦ୍ରାବାଦ ଟିମ୍‌ ୧୪ଟି ମ୍ୟାଚ ଖେଳିଥିଲା। ଯେଉଁଥିରେ ୬ଟି ମ୍ୟାଚ ଜିତି ଟିମ୍‌ ୮ଟି ମ୍ୟାଚ ହାରିଥିଲା। ଟିମ୍‌ ପଏଣ୍ଟ ତାଲିକାରେ ୮ନଂ ସ୍ଥାନରେ ରହିଥିଲା।

 

View this post on Instagram

 

A post shared by Kane Williamson (@kane_s_w)

ଓ୍ଵିଲିୟମସନ ଇନଷ୍ଟାଗ୍ରାମରେ ପତ୍ନୀ ଏବଂ ପୁଅ ସହିତ ନବଜାତ ପୁଅର ଫଟୋ ସେୟାର କରିଛନ୍ତି। ଆଉ ଲେଖିଛନ୍ତି. ଆପଣଙ୍କ ୁ ସ୍ୱାଗତ ଲିଟିଲି ମ୍ୟାନ୍‌। ଓ୍ଵିଲିୟମସନ ପ୍ରଥମ ଥର ୨୦୨୦ରେ ପିତା ହୋଇଥିଲେ। ସେତେବେଳେ ତାଙ୍କ ପତ୍ନୀ ସାରା ଝିଅକୁ ଜନ୍ମ ଦେଇଥିଲେ। ଚଳିତ ଆଇପିଏଲରେ ଓ୍ଵିଲିୟମସନ ବେଶ କିଛି ଖାସ୍‌ କରିପାରିନଥିଲେ। ସେ ୧୩ଟି ମ୍ୟାଚ ଖେଳି ପାଖାପାଖି ୨୦ ପ୍ରତିଶତରେ ୨୧୬ ରନ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.