ଆଜିଠୁ କିଟ୍‌ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ ଚାମ୍ପିଅନସିପ ୨୦୨୦-୨୧

ଭୁବନେଶ୍ବର: ଆଜିଠୁ କିଟ୍‌ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବ ୬୯ତମ ବରିଷ୍ଠ ଜାତୀୟ ଭଲିବଲ ଚାମ୍ପିଅନସିପ ୨୦୨୦-୨୧ । ଭାରତୀୟ ଭଲିବଲ ସଂଘ ତତ୍ତ୍ୱାବଧାନରେ ୧୧ତାରିଖ ପର୍ଯ୍ୟନ୍ତ ଏହି ଚାଂପିଅନ୍‌ସିପ୍‌ ଅନୁଷ୍ଠିତ ହେବ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା କ୍ରମାଗତ ଦୁଇଥର ଆୟୋଜନ କରିଛି ।

ଏହା ପୂର୍ବରୁ ୬୮ତମ ଜାତୀୟ ଭଲିବଲ୍‌ ଚାଂପିଅନ୍‌ସିପ୍‌ ମଧ୍ୟ ଗତବର୍ଷ କିଟ୍‌ରେ ଆୟୋଜନ କରାଯାଇଥିଲା। ଏହା ସହିତ ପ୍ରଥମ ଥର ଲାଗି ଚାଂପିଅନ୍‌ସିପ୍‌ର ସମସ୍ତ ମ୍ୟାଚ୍‌ କିଟ୍‌ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡ଼ିୟମ୍‌ କୋର୍ଟରେ ଅନୁଷ୍ଠିତ ହେବ। ଏହାର ସମସ୍ତ ମ୍ୟାଚ୍‌ ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି।

କୋଭିଡ୍‌ ନିୟମ କଡ଼ାକଡ଼ି ସହ ସମସ୍ତ ମ୍ୟାଚ ଖେଳାଯିବ । ବିଜୁ ପଟ୍ଟନାୟକ ଜୟନ୍ତୀ ପରିପ୍ରେକ୍ଷୀରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଚାମ୍ପିଅନସିପର ଉଦଘାଟନ କାର୍ଯ୍ୟକ୍ରମ ସ୍ଥିର କରିଥିଲେ । ବହୁ ଅର୍ଜ୍ଜୁନ ପୁରସ୍କାର ବିଜେତା ତଥା ଜାତୀୟ ଓ ଆନ୍ତର୍ଜାତିକ ଖେଳାଳି ଓ ଅଫିସିଆଲଙ୍କ ଉପସ୍ଥିତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ ପରେ ସମସ୍ତ ମ୍ୟାଚ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.