ଆଜି ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତିମ ଦିନିକିଆ, ଶେଷ ମ୍ୟାଚ ସହ ସିରିଜ୍ ହାତେଇବା ଲକ୍ଷ୍ୟରେ ହେବ କଡ଼ା ଟକ୍କର

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଦିନିକିଆ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଉଭୟ ଦଳ ଗୋଟିଏ ଲେଖାଏଁ ଜିତିଥିବାରୁ ସ୍ଥିତି ସମାନ ରହିଛି। ଆଜି ପର୍ଲରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ୍ । ଉଭୟ ଦଳ ଆଜିର ମ୍ୟାଚ୍ ଜିତି ଶୃଙ୍ଖଳା କବଜା କରିବାକୁ ଚାହିଁବେ।

(କେନ୍ୟୁଜ): ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଦିନିକିଆ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଉଭୟ ଦଳ ଗୋଟିଏ ଲେଖାଏଁ ଜିତିଥିବାରୁ ସ୍ଥିତି ସମାନ ରହିଛି। ଆଜି ପର୍ଲରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ୍ । ଉଭୟ ଦଳ ଆଜିର ମ୍ୟାଚ୍ ଜିତି ଶୃଙ୍ଖଳା କବଜା କରିବାକୁ ଚାହିଁବେ। ଦକ୍ଷିଣ ଆଫ୍ରିକାରେ ଭାରତ ଶେଷ ଥର ଲାଗି ୨୦୧୮ରେ ଦିନିକିଆ ଶୃଙ୍ଖଳା ଜିତିଥିଲା। ୫ ବର୍ଷ ପରେ ପୁଣି ଥରେ ଏଠାରେ ଟ୍ରଫି ଜିତିବା ଲାଗି ଭାରତ ଦୁଇ ଓପନର୍ ଋତୁରାଜ ଗାଏକ୍ବାଡ ଓ ସାଇ ସୁଦର୍ଶନଙ୍କଠୁ ଭଲ ଆରମ୍ଭ ଆଶା ରଖିଛି। ବୋଲିଂରେ ପ୍ରଥମ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିବା ଦୁଇ ପେସର ଅର୍ଶଦୀପ ସିଂହ ଓ ଆୱେସ ଖାନ ଦ୍ବିତୀୟ ମ୍ୟାଚରେ ବିଫଳ ହୋଇଥିଲେ। ସ୍ପିନରେ ଅକ୍ଷର ପଟେଲ କିମ୍ବା କୁଲଦୀପ ଯାଦବଙ୍କ ସ୍ଥାନରେ ଚହଲ ଖେଳିବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.