Below header

ଆଇପିଏଲ୍‌ ୨୦୨୦: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଲଢେଇ

ବହୁ ପ୍ରତୀକ୍ଷିତର ଅନ୍ତ ପରେ କ୍ରିକେଟ ମହାକୁମ୍ଭ ଆଇପିଏଲ୍-୧୩ ଶନିବାର ୟୁଏଇରେ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଚେନ୍ନାଇ ବାଜି ମାରିନେଇଛି। ସେହିପରି ରବିବାର ଦ୍ବିତୀୟ ଦିନରେ ମଧ୍ୟ କ୍ରିକେଟ୍ ପ୍ରେମୀଙ୍କୁ ଆଉ ଏକ ବଡ଼ ମ୍ୟାଚ୍ ଦେଖିବାକୁ ମିଳିବ।

ଆଜିର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପରସ୍ପରର ମୁକାବିଲା କରିବେ। ଦିଲ୍ଲୀର ପ୍ରଶିକ୍ଷକ ରିକି ପଣ୍ଟିଂ ଜଣେ ମହାନ ବ୍ୟାଟ୍ସମ୍ୟାନ୍ ହୋଇଥିଲା ବେଳେ ପଞ୍ଜାବ ପ୍ରଶିକ୍ଷକ ଅନିଲ କୁମ୍ବଲେ ହେଉଛନ୍ତି କିମ୍ବଦନ୍ତୀ ସ୍ପିନର।
ଦିଲ୍ଲୀ ପାଖରେ ରବିଚନ୍ଦ୍ରନ୍ ଅଶ୍ବିନ, ଅମିତ ମିଶ୍ର ଓ ଅକ୍ଷର ପଟେଲଙ୍କ ଭଳି ସ୍ପିନର ରହିଛନ୍ତି।

ipl

ସେହିଦୃଷ୍ଟିରୁ ପଞ୍ଜାବଠାରୁ ଦିଲ୍ଲୀ ବୋଲିଂ ବାହିନୀ ଟିକିଏ ଶକ୍ତିଶାଳୀ ମନେ ହେଉଛି। ଦିଲ୍ଲୀ ପାଖରେ ଭଲ ବ୍ୟାଟ୍ସମ୍ୟାନ୍ ବି ଅଛନ୍ତି। ଶ୍ରେୟସ୍ ଆୟର ଓ କେଏଲ୍ ରାହୁଲଙ୍କ ଲଢେଇ ଦମଦାର ହେବ ବୋଲି ଜଣାପଡିଛି। କାରଣ ଆୟର ଦିଲ୍ଲୀର ଓ ରାହୁଲ ପଞ୍ଜାବର ଅଧିନାୟକ ଦାୟିତ୍ବ ତୁଲାଇବାକୁ ଯାଉଛନ୍ତି। ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.