ଚେନ୍ନାଇ ଏବଂ ହାଇଦ୍ରାବାଦକୁ ହରାଇ ମନୋବଳକୁ ବଢାଇସାରିଛି ଲକ୍ଷ୍ମୌ ସୁପରଜିଆଣ୍ଟସ, ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଦେବ ଟକ୍କର

ଚଳିତ ଆଇପିଏଲ ୧୫ତମ ଲିଗ୍ ମ୍ୟାଚରେ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜିଆଣ୍ଟସ ପରସ୍ପରକୁ ଟକ୍କର ଦେବେ। ଏହି ମ୍ୟାଚ୍କୁ ନେଇ ଉଭୟ ଦଳ ପ୍ରସ୍ତୁତ ରହିଛନ୍ତି। ସୁପରଜିଆଣ୍ଟସ ୩ଟି ମ୍ୟାଚ୍ ଖେଳି ୨ଟି ବିଜୟ ସହ ମୋଟ୍ ୪ ପଏଣ୍ଟ ହାସଲ କରିଛି । କ୍ୟାପିଟାଲ୍ସ ୨ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ସହ ୨ ପଏଣ୍ଟ ହାତେଇଛି । ମୁମ୍ବାଇର ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ଆଜି ମ୍ୟାଚ ଖେଳାଯିବ।

ସୁପରଜିଆଣ୍ଟସ ପ୍ରଥମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହୋଇଥିଲା । କିନ୍ତୁ ପର ମ୍ୟାଚରେ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟ ଖାତା ଖୋଲିଥିଲା । ଏହା ମଧ୍ୟରେ ଲକ୍ଷ୍ମୌ ସୁପରଜିଆଣ୍ଟସ୍‌ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ସାରିଛି । ଅଭେଶ ଖାନ ଓ ଜାସନ ହୋଲ୍ଡରଙ୍କ ଘାତକ ବୋଲିଂ କରୁଛନ୍ତି।

ସେହିପରି ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ତ୍ରୁଟି ନଜରକୁ ଆସିଛି । ବୋଲିଂ ବିଭାଗ ଟିକେ ଭଲ ରହିଥିବା ବେଳେ ବ୍ୟାଟିଂ ବିଭାଗ ନିରାଶ କରିଛି । ତେଣୁ ମ୍ୟାଚରେ ଏକାଦଶରେ ପରିବର୍ତ୍ତନ ହୋଇପାରେ ବୋଲି ଆକଳନ କରାଯାଉଛି।

ଲକ୍ଷ୍ନୌ ସୁପରଜିଆଣ୍ଟସ: ଲୋକେଶ ରାହୁଲ(ଅଧିନାୟକ), କ୍ୱିଣ୍ଟନ ଡି କକ୍, ଏଭିନ ଲୁଇସ, ମାର୍କସ ଷ୍ଟଇନିସ, ଦୀପକ ହୁଡ଼ା, ଆୟୂଷ ବଦୋନି, କୃନାଲ ପାଣ୍ଡ୍ୟା, ଜାସନ ହୋଲ୍ଡର, ଅଙ୍କିତ ରାଜପୁତ, ରବି ବିଶ୍ନୋଇ, ଅଭେଶ ଖାନ ।

ଦିଲ୍ଲୀ କ୍ୟାପିଟାଲ୍ସ: ଡେଭିଡ୍ ୱାର୍ଣ୍ଣର, ପୃଥ୍ୱୀ ଶ’, ସର୍ଫରାଜ ଖାନ/ୟଶ ଧୂଲ, ରିଷଭ ପନ୍ତ(ଅଧିନାୟକ), ଲଳିତ ଯାଦବ, ରୋଭମାନ ପାୱେଲ, ଅକ୍ଷର ପଟେଲ, ସର୍ଦୁଲ ଠାକୁର, କୁଲଦୀପ ଯାଦବ, ଆନରିଚ ନର୍ଜ, ମୁସ୍ତାଫିଜୁର ରେହମାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.