ଟୋକିଓ ଅଲିମ୍ପିକ୍: ସ୍ପେନକୁ ୩-୦ରେ ହରାଇଲା ଭାରତ

ଟୋକିଓ : ଆଜି ହେଉଛି ଟୋକିଓ ଅଲିମ୍ପିକର ୫ମ ଦିବସ । ଆଜି ଦିବସର ଆରମ୍ଭ ଭାରତ ପାଇଁ ନିରାଶାରୁ ଆରମ୍ଭ ହୋଇଥିଲେ ହେଁ ପୁରୁଷ ହକି ଦଳ ଶୁଭଖବର ଆଣିଛି । ଭାରତ ଆଜି ସ୍ପେନକୁ ୩-୦ରେ ପରାସ୍ତ କରିଥିବା ଜଣାପଡ଼ିଛି । ଏହାଫଳରେ ଭାରତ ୩ଟି ମ୍ୟାଚରୁ ୨ଟିରେ ବିଜୟ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ରୂପିନ୍ଦର ପାଲ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ସିମରନଜୀତ ସିଂହ ଗୋଟିଏ ଗୋଲ୍ ଦେଇଥିଲେ।

ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ସ୍ପେନ୍‌ ଉପରେ ପ୍ରଥମ ଗୋଲ୍ ଦେଇଥିଲା ଭାରତ। ଏହି ଗୋଲ୍‌ ଦେଇଥିଲେ ସିମରନଜୀତ୍‌। ତେବେ ତା’ ପୂର୍ବରୁ ଖେଳ ଆରମ୍ଭ ହେବାର ଅଷ୍ଟମ ମିନିଟ୍‌ ଭାରତ ପାଖରେ ପ୍ରଥମ ଗୋଲ୍‌ କରିବାର ଏକ ସୁଯୋଗ ଥିଲା। ସିମରନଜୀତ୍‌ ଏହି ସୁଯୋଗ ପାଇଥିଲେ। କିନ୍ତୁ ତାହା ହାତଛଡ଼ା ହୋଇଯାଇଥିଲା। ଭାରତ ପକ୍ଷରୁ ପରବର୍ତ୍ତୀ ଦୁଇଟି ଗୋଲ୍ ରୂପିନ୍ଦର ପାଲ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.