ବିରୁଷ୍କା ଦେଖାଇଲେ ପୁଣି ମହାନତା, ଛୋଟ ଝିଅର ଚିକିତ୍ସା ପାଇଁ ଯୋଗାଡ କଲେ ୧୬ କୋଟି ଟଙ୍କା

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ପୁଣି ଦେଖାଇଛନ୍ତି ମହାନତା। ୧୬ କୋଟି ଟଙ୍କା ଏକାଠି କରି ବଞ୍ଚାଇଛନ୍ତି ଛୋଟ ଝିଅ ଜୀବନ। ଅୟାଂଶ ଗୁପ୍ତା ନାମକ ଏହି ପିଲା ଏମଏମଏ(ସ୍ପାଇନାଲ ମସ୍କୁଲାର ଆଟ୍ରୋଫି) ନାମକ ରୋଗରେ ଆକ୍ରାନ୍ତ ଥିଲେ। ଅୟାଂଶଙ୍କ ଚିକତ୍ସା ପାଇଁ ବହୁତ ମହଙ୍ଗା ଔଷଧର ଆବଶ୍ଯକତା ରହିଥିଲା। ଯାହାର ଦାମ ୧୬ କୋଟି ଟଙ୍କା ରହିଥିଲା। ଅୟାଂଶଙ୍କ ଚିକିତ୍ସା ପାଇଁ  ଫଣ୍ଡ ଯୋଗାଡ କରିବା ପାଇଁ ତାଙ୍କ ମାତାପିତା ‘ÄyaanshFights SMA’ ନାମରେ ଟ୍ବିଟରରେ ଆକାଉଣ୍ଟ କରିଥିଲେ।

ଏହି ଟ୍ବିଟର ଆକାଉଣ୍ଟରୁ ବିରାଟ ଏବଂ ଅନୁଷ୍କାଙ୍କୁ ଧନ୍ଯବାଦ ଅର୍ପଣ କରାଯାଇଛି। ଅୟାଂଶର ଚିକିତ୍ସା ପାଇଁ ଯେଉଁ ଅର୍ଥର ସହାୟତା ଥିଲା, ତାହା ମିଳିଯାଇଛି। ‘ସମସ୍ତଙ୍କୁ ବହୁତ ଧନ୍ଯବାଦ। ଯେଉଁମାନେ ଆମ୍ଭକୁ ସପୋର୍ଟ କରିଛନ୍ତି। ଏହା ଆପଣଙ୍କ ବିଜୟ।’ ବୋଲି ଟ୍ବିଟ୍ କରାଯାଇଛି।

ସୂଚନାଯୋଗ୍ଯ, ଗତକିଛି ଦିନ ତଳେ ବିରାଟ ଏବଂ କୋହଲି କରୋନା ଲଢେଇରେ ସାମିଲ ହୋଇ ୧୧ କୋଟି ଟଙ୍କା ଏକାଠି କରିଥିଲେ। ଏହି ପଇସା ଅକ୍ସିଜେନ ଏବଂ ଚିକିତ୍ସା ସହିତ ଜଡିତ ଅନ୍ଯ ସୁବିଧା ପାଇଁ ବ୍ଯବହାର କରାଯିବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.