୫୦୦ତମ ମ୍ୟାଚରେ କ୍ୟାପଟେନ କୋହଲି ରଚିଲେ ଇତିହାସ, ରେକର୍ଡ ପାର ସ୍କୋର କରି ଜିତିଲେ ମନ

ବିରାଟ କୋହଲିଙ୍କ ଧମାକାଦାର ବ୍ୟାଟିଂ। ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟରେ ବିରାଟଙ୍କ ବ୍ୟାଟିଂ କୁ ନେଇ ଏବେ ସବୁଠି ଚର୍ଚ୍ଚା । ସବୁଠୁ ବଡ଼ କଥା ହେଉଛି କୋହଲିଙ୍କ କ୍ୟାରିଅରର ଏହା ୫୦୦ ତମ ଇଣ୍ଟରନ୍ୟାସନାଲ ମୁକାବିଲା। ନିଜର ୫୦୦ତମ ମ୍ୟାଚରେ ରଚିଛନ୍ତି ଇତିହାସ।

ବିରାଟ କୋହଲିଙ୍କ ଧମାକାଦାର ବ୍ୟାଟିଂ। ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟରେ ବିରାଟଙ୍କ ବ୍ୟାଟିଂ କୁ ନେଇ ଏବେ ସବୁଠି ଚର୍ଚ୍ଚା । ସବୁଠୁ ବଡ଼ କଥା ହେଉଛି କୋହଲିଙ୍କ କ୍ୟାରିଅରର ଏହା ୫୦୦ ତମ ଇଣ୍ଟରନ୍ୟାସନାଲ ମୁକାବିଲା। ନିଜର ୫୦୦ତମ ମ୍ୟାଚରେ ରଚିଛନ୍ତି ଇତିହାସ। ନିଜ କ୍ୟାରିଅରର ୫୦୦ତମ ଇଣ୍ଟରନ୍ୟାସନାଲ ମୁକାବିଲାରେ କମାଲ ଦେଖାଇଛନ୍ତି କୋହଲି। ପୋର୍ଟ ଅଫ ସ୍ପେନ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୮୭ ରନ୍‌ ବାଡ଼େଇ ନଟ୍‌ ଆଉଟ ରହିଥିଲେ। କୋହଲିଙ୍କର ଏହି ଶାନଦାର ବ୍ୟାଟିଂରେ ଭାରତ ପ୍ରଥମ ଦିନରେ ହିଁ ୪ଟି ଓ୍ଵିକେଟରେ ୨୮୮ ରନ ବନାଇଛି।

ପ୍ରଥମ ଟେଷ୍ଟ୍ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ୍ ଓପନିଂ ଯୋଡି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏଥର ବ୍ୟକ୍ତିଗତ ଅର୍ଦ୍ଧଶତକରେ ସୀମିତ ରହିଛନ୍ତି । ଏହି ମ୍ୟାଚ୍ ମଧ୍ୟ ବିରାଟ କୋହଲିଙ୍କ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍ ମାଇଲଖୁଣ୍ଟ ଛୁଇଁଛି । ନିଜର ୧୧୧ତମ ଟେଷ୍ଟ୍ କୋହଲିଙ୍କ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ହୋଇଛି । ବିଶ୍ୱର ଦଶମ ଖେଳାଳି ଭାବେ ଏହି କୃତିତ୍ୱ ଅର୍ଜନ କରିଛନ୍ତି ବିରାଟ । ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ ଉଲ୍ ହକ୍ (୪୯୯)ଙ୍କୁ ଟପି କୋହଲି ଏହି ବିରଳ କ୍ଲବରେ ସାମିଲ ହୋଇଛନ୍ତି ।

ଭାରତ ଓ େଓ୍ଵଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ର ଶେଷ ମୁକାବିଲା ପୋର୍ଟ ଅଫ ସ୍ପେନ ର କ୍ୱିନ୍ସ ପାର୍କରେ ରହିଛି। ଏହାର ପ୍ରଥମ ଦିନ ମାନେ ଗତ କାଲି ୨୦ ଜୁଲାଇରେ ଖେଳ ଶେଷରେ ଭାରତ ନିଜ ପ୍ରଥମ ପାଳିରେ ଭଲ ରନ୍‌ କରିଥିଲା। ଷ୍ଟମ୍ପ ସମୟ ମଧ୍ୟରେ ବିରାଟ ୮୭ ଓ ରବିନ୍ଦ୍ର ଜାଡ଼େଜା ୩୬ ରନ୍‌ କରି ନଟ ଆଉଟ ଥିଲେ। ଏହା ସହିତ କୋହଲି ନିଜ ଇଣ୍ଟରନ୍ୟାସନାଲ କ୍ୟାରିଅରରେ ୭୬ତମ ଶତକ ରୁ ମାତ୍ର ୧୩ ରନ୍‌ ଦୂରରେ ଥିଲେ।

୩୪ ବର୍ଷୀୟ କ୍ୟାପଟେନ କୋହଲି ୧୬୧ ବଲରେ ୮ଟି ଚଉକା ମାରିଛନ୍ତି। ସେହିପରି ରବିନ୍ଦ୍ର ଜାଡ଼େଜା ଏବେ ଯାଏ ୮୪ ବଲ ରେ ୪ଟି ଚଉକା ମାରିଛନ୍ତି। କୋହଲିଙ୍କ ପୂର୍ବରୁ କ୍ୟାପଟେନ ରୋହିତ ଶର୍ମା ୮୦ ଓ ଯଶସ୍ୱୀ ଜୟସବାଲ ୫୭ ରନ କରିପାରିଛନ୍ତି। ତେବେ ଏହାର ଦ୍ୱିତୀୟ ଦିନରେ ଫ୍ୟାନ୍ସଙ୍କ ନଜର କୋହଲିଙ୍କ ଉପରେ ରହିବ ।

ସବୁଠୁ ବଡ଼ କଥା ହେଉଛି କୋହଲିଙ୍କ କ୍ୟାରିଅରର ଏହା ୫୦୦ ତମ ଇଣ୍ଟରନ୍ୟାସନାଲ ମୁକାବିଲା। ଯାହା ଏବେ ପୁରା ଚର୍ଚ୍ଚାରେ ରହିଛି। ଏବେ ଯାଏ କୋହଲି ପ୍ରଥମ ଖେଳାଳି ହୋଇପାରିଛନ୍ତି ଯିଏ ନିଜ ୫୦୦ ତମ ଇଣ୍ଟରନ୍ୟାସନାଲ ମୁକାବିଲାରେ ୫୦ ତଥା ତାଠରୁ ଅଧିକ ସ୍କୋ କରିପାରିଛନ୍ତି। ଏହି ଶାନଦାର ମ୍ୟାଚରେ କୋହଲି ଜ୍ୟାକ୍ସ କେଲିସଙ୍କୁ ପଛରେ ପକାଇ ସବୁ ଠୁ ଅଧିକ ଅନ୍ତରାଷ୍ଟ୍ରୀୟ ରନ ବନାଇବାରେ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ଏହାବ୍ୟତିତ ବିରାଟ ଚଳିତ ଥର ଓ୍ଵାଲର୍ଡ ଟେଷ୍ଟ ଚାମ୍ପିୟନସିପ୍‌ ରେ ନିଜ ର ୨୦୦୦ ରନ କୁ ମଧ୍ୟ ପୁରା କରିଛନ୍ତି।

ଦେଢ଼ ଦଶନ୍ଧି ତଳେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିବା କୋହଲି ୨୭୪ ଦିନିକିଆ ଅନ୍ତର୍ଜାତୀୟ ଏବଂ ୧୧୫ ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି । ୨୪ ହଜାରରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ରନ୍ ମଧ୍ୟ ସଂଗ୍ରହ କରିଛନ୍ତି । ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍ କ୍ଲବରେ ପୂର୍ବରୁ ସଚିନ ତେନ୍ଦୁଲକର, ମାହେଲା ଜୟବର୍ଧନେ, କୁମାର ସାଙ୍ଗାକାରା, ରିକି ପଂଟିଂ, ମହେନ୍ଦ୍ର ସିଂହ ଧୋନି, ରାହୁଲ ଦ୍ରାବିଡ଼ ଭଳି ଭଲ ଖେଳାଳି ରହିଛନ୍ତି । ଏହା ସହିତ ପୋର୍ଟ ଅଫ୍ ସ୍ପେନରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍ ୧୦୦ତମ ଟେଷ୍ଟରୁ ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି ଭାରତୀୟ ଦ୍ରୁତ ବୋଲର ମୁକେଶ କୁମାର ଏବଂ ୱେଷ୍ଟଇଣ୍ଡିଜ୍ ବ୍ୟାର୍ଟ କିର୍କ ମ୍ୟାକେଞ୍ଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.