‘ଘରକୁ ଯାଉଛି’, ନ୍ୟୁଜିଲାଣ୍ଡଠୁ ହାରିବା ପରେ ଭାଇରାଲ ହେଉଛି ବିରାଟ କୋହଲିଙ୍କ ୧୦ ବର୍ଷ ତଳର ପୁରୁଣା ଟ୍ଵିଟ୍‌

ଟି-୨୦ ବିଶ୍ୱକପ୍‌ରେ ଭାରତ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ପାକିସ୍ତାନ ପରେ ଏବେ ନ୍ୟୁଜିଲାଣ୍ଡ ମଧ୍ୟ ଟିମ୍‌ ଇଣ୍ଡିଆକୁ ହରାଇଛି। ଫଳରେ ଭାରତ ସେମି ଫାଇନାଲକୁ ଯିବା ପଥ ଅଧିକ କଷ୍ଟଦାୟକ ହୋଇଯାଇଛି। ଏହି ଲଜ୍ଜାଜନକ ପରାଜୟ ପରେ କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କର ଏକ ୧୦ ବର୍ଷ ପୁରୁଣା ଟ୍ଵିଟ୍‌ ଭାଇରାଲ ହେଉଛି। ଏଥିରେ ସେ ପରାଜୟ ଯୋଗୁ ଦୁଃଖୀ ହୋଇ ଘରକୁ ଫେରିବା କଥା କହିଛନ୍ତି।

ଗତ କିଛି ଦିନ ହେଲା ବିରାଟ ବାହିନୀ ଲଗାତାର ମ୍ୟାଚ୍‌ ହାରୁଛି। ଏଣୁ ସୋସିଆଲ ମିଡିଆରେ ଏବେ ବିରାଟ କୋହଲି ଚର୍ଚ୍ଚାରେ ଅଛନ୍ତି। ଇତି ମଧ୍ୟରେ ତାଙ୍କର ଏହି ଟ୍ଵିଟ୍‌ ଭାଇରାଲ ହେବାରେ ଲାଗିଛି। ଏହି ଟ୍ଵିଟ୍‌ରେ ସେ ଲେଖିଥିଲେ ଯେ-‘ହାରିବା ଯୋଗୁ ଦୁଃଖୀ ଅଛି। ଏବେ ଘରକୁ ଯାଉଛି।’ ବିରାଟ କୋହଲି ୨୩ ଜାନୁଆରୀ, ୨୦୧୧ରେ ଏହି ଟ୍ଵିଟ୍‌ କରିଥିଲେ। କିନ୍ତୁ ଏବେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ହାରିବା ପରେ ଏହି ଟ୍ଵିଟ୍‌ ଭାଇରାଲ ହେବାରେ ଲାଗିଛି।

ଟ୍ଵିଟ୍‌ଟି ଭାଇରାଲ ହେବା ପରେ ଲୋକମାନେ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରୁଛନ୍ତି। କିଛି ଲୋକ ଲେଖିଛନ୍ତି- କିଛି କଥା ନାହିଁ, ହାର ଜିତ୍‌ ତ ଲାଗି ରହେ।


ମାତ୍ର ଆଉ କିଛି ଲୋକ ଏଥିରେ ବିରାଟଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି-ଯାଇ କି କିଛି ଭଲ ବିଜ୍ଞାପନରେ କାମ କର।

ସେହିପରି ଆଉ କିଛି ଫ୍ୟାନ୍‌ ବିରାଟ କୋହଲିଙ୍କୁ ଅଣ୍ଡର ଗ୍ରାଉଣ୍ଡ ହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି- ନିଜ ଖେଳରୁ ଗର୍ବକୁ ବାହାର କରିଦିଅନ୍ତୁ, ଜଣେ ଶୁଭେଚ୍ଛୁଙ୍କ ପରାମର୍ଶ।

ସୂଚନାଯୋଗ୍ୟ ଯେ ବିରାଟ କୋହଲି ପୂର୍ବରୁ ହିଁ ଟି-୨୦ ବିଶ୍ୱକପ୍‌ ପରେ ଏହି ଫର୍ମାଟ୍‌ରୁ ଅଧିନାୟକତ୍ୱ ଛାଡ଼ୁଥିବା ନେଇ କହିସାରିଛନ୍ତି। କୋହଲିଙ୍କ ଅଧିନାୟକତ୍ୱ ଉପରେ ପୂର୍ବରୁ ବି ଅନେକ ପ୍ରଶ୍ନ ଉଠିଛି। ଏଭଳି ସ୍ଥିତିରେ ଏଥରକ ମଧ୍ୟ ସେ ସମସ୍ତଙ୍କୁ ନିରାଶ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଯେଭଳି ଭାବେ ବ୍ୟାଟିଂ ଅର୍ଡର ପରିବର୍ତ୍ତନ କରାଗଲା, ରୋହିତ ଶର୍ମାଙ୍କୁ ଓପନିଂରେ ପଠାଗଲା ନାହିଁ, ସେ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.