Below header

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ଖେଳିପାରନ୍ତି କୋହଲି¸ ନିର୍ଣ୍ଣାୟକ ହେବ ମ୍ୟାଚ୍‌

କେପ୍‌ଟାଉନ୍‌ : ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ଖେଳିପାରନ୍ତି କୋହଲି । ନେଟ୍ସକୁ ଫେରି ଅଭ୍ୟାସ ଆରମ୍ଭ କରିଛନ୍ତି ବିରାଟ । ପିଠିରେ ଯନ୍ତ୍ରଣା ଯୋଗୁ ଦ୍ୱିତୀୟ ଟେଷ୍ଟ ଖେଳିପାରିନଥିଲେ । ମଙ୍ଗଳବାରଠୁ କେପଟାଉନ୍ରେ ଆରମ୍ଭ ହେବ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ । ଏବେ ଦଳ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ କେପ୍ଟାଉନ ଅଭିମୁଖେ ବାହାରିଲାଣି । ସେଠାରେ ଗୋଟିଏ କି ଦୁଇଟି ନେଟ୍ ସେସନ୍ ପରେ କୋହଲି ଠିକ୍ ହୋଇଯିବା ଆଶା ରହିଛି ।

ତୃତୀୟ ଟେଷ୍ଟ ଖେଳିବାକୁ ବିରାଟ ପୂରା ଫିଟ୍ ହୋଇଯିବେ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମ୍ ମୁଖ୍ୟ ରାହୁଲ ଦ୍ରାବିଡ । ସେପଟେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ବଦଳରେ ତୃତୀୟ ଟେଷ୍ଟ ପାଇଁ ପରିବର୍ତ୍ତନର ଆଭାସ ଦେଇଛନ୍ତି ରାହୁଲ ।

ସିରାଜ୍ ଏବେ ପୂରା ଫିଟ୍ ହୋଇନାହାନ୍ତି । ପରବର୍ତ୍ତୀ ସମୟରେ ତାଙ୍କ ଫିଜିଓଙ୍କ ପରାମର୍ଶ ଅନୁଯାୟୀ ନିଷ୍ପତ୍ତି ନିଆଯିବ । ଦ୍ୱିତୀୟ ଟେଷ୍ଟରେ ମାଂସପେଶୀ ଜନିତ ସମସ୍ୟା ସହ ସଂଘର୍ଷ କରିଥିଲେ ସିରାଜ । ଯଦି ସିରାଜ ନଖେଳନ୍ତି ତେବେ ଉମେଶ ଯାଦବ କିମ୍ବା ଇଶାନ୍ତ ଶର୍ମାଙ୍କୁ ସୁଯୋଗ ମିଳିପାରେ । ତୃତୀୟ ଟେଷ୍ଟରୁ ବାଦ୍ ପଡିପାରନ୍ତି ମହମ୍ମଦ ସିରାଜ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.