WTC ଫାଇନାଲ ପୂର୍ବରୁ ବିରାଟ ଏବଂ ଶାସ୍ତ୍ରୀଙ୍କ କଥାବାର୍ତ୍ତା ଅଡିଓ ଲିକ୍, ସୋସିଆଲ ଭିଡିଆରେ ଭାଇରଲ

ଭାରତୀୟ କ୍ରିକେଟ ଟିମ ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ଯାଚ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିଛି। ଜୁନ ୧୮ ରୁ ୨୨ ଯାଏଁ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏହା ପରେ ଅଗଷ୍ଟ ୪ ତାରିଖରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଭାରତ । ତେବେ ଗସ୍ତ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀ ପ୍ରେସ୍‌ କନଫରେନ୍ସ କରିଛନ୍ତି । କିନ୍ତୁ ଏହା ପୂର୍ବରୁ କୋହଲି ଏବଂ ରବି ଶାସ୍ତ୍ରୀଙ୍କର ଏକ ଅଡିଓ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଅଡିଓରେ ବିରାଟ କୋହଲି ଏବଂ କୋଚ ରବି ଶାସ୍ତ୍ରୀ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ବିଷୟରେ ଆଲୋଚନା କରୁଛନ୍ତି । ଏହି ଅଡିଓରେ ରବି ଶାସ୍ତ୍ରୀ, ବୋଲ୍ଟ ଏବଂ ଓ୍ବାଗନରଙ୍କ ବିଷୟରେ କଥା ହେଉଛନ୍ତି । କୋହଲି କହୁଛନ୍ତି, ‘ଆମେ ତାଙ୍କୁ ରାଉଣ୍ଡ ଦ ଓ୍ବିକେଟ୍‌ ବୋଲିଂ କରିବା, ଲେପ୍ଟ ହ୍ୟାଣ୍ଡର୍ସ ଅଛନ୍ତି, ଲାଲା ସିରାଜ ସମସ୍ତଙ୍କୁ ଆରମ୍ଭରୁ ହିଁ ଲଗାଇଦେବା । ଏହି ଅଡିଓ ଭାଇରଲ ହେବା ପରେ ସ୍ପଷ୍ଟ ଜଣାପଡୁଛି ଯେ, ଫାଇନାଲ ମ୍ଯାଚରେ ମହମ୍ମଦ ସିରାଜ ପ୍ଲେଇଂ ୧୧ରେ ସ୍ଥାନ ମିଳିବା ସୁନିଶ୍ଚିତ।

ସୂଚନାଯୋଗ୍ୟ, WTC ଫାଇନାଲ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଦଳ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ଖେଳୁଛି। ଏହା ସହିତ କିୱି ଖେଳାଳିମାନେ ଡ୍ୟୁକ୍ ବଲ୍ ସହିତ ଅଭ୍ୟାସ କରିବାର ସୁଯୋଗ ପାଇଛନ୍ତି । ଅନ୍ୟପକ୍ଷରେ ଇଂଲଣ୍ଡ ପହଞ୍ଚିବା ପରେ ଭାରତୀୟ ଦଳକୁ କ୍ବାରେଣ୍ଟାଇନରେ ରହିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.