ଆସିଲା ଧୋନିଙ୍କ ପ୍ରଥମ ଗ୍ରାଫିକ ଉପନ୍ୟାସ ଅଥର୍ବ- ଦି ଅରିଜିନର ଫାଷ୍ଟ ଲୁକ, ସୁପର ହିରୋ ଭାବେ ଆସିବେ ନଜର

ସୁପର ହିରୋ ଲୁକରେ ମାହି। ପୂର୍ବତନ ଭାରତୀୟ କ୍ରିକେଟର ଏମଏସ ଧୋନିଙ୍କ ପ୍ରଥମ ଗ୍ରାଫିକ ଉପନ୍ୟାସ ଅଥର୍ବ- ଦି ଅରିଜିନର ଫାଷ୍ଟ ଲୁକ ଜାରି ହୋଇଛି। ନିଜେ ଧୋନି ଏହାକୁ ସୋସିଆଲ ମିଡିଆରେ ଜାରି କରିଛନ୍ତି। ଏକ ମୋସନ କ୍ଲିପରେ ଧୋନୀ ସୁପର ହିରୋ ଭାବେ ନଜର ଆସିଛନ୍ତି। ଜଣେ ଯୋଦ୍ଧା ଭାବେ ଯୁଦ୍ଧ ମୈଦାନରେ ତାଙ୍କର ଆନିମେଟେଡ ଅବତାରରେ ଦେଖାଯାଇଛି।

ଏଥିରେ ସେ ଦାନବ ଭଳି ସେନା ସହ ଲଢେଇ କରୁଛନ୍ତି। ଧୋନିଙ୍କ ଗ୍ରାଫିକ ଉପନ୍ୟାସ ରମେଶ ତାମିଲମନିଙ୍କ ଦ୍ୱାରା ଲିଖିତ। ଫ୍ୟାନ୍‌ସଙ୍କୁ ତାଙ୍କର ଏହି ଅବତାର ବହୁତ ପସନ୍ଦ ଆସିଥିବା କମେଣ୍ଟରୁ ଦେଖାଯାଇଛି। ମାହିଙ୍କ ଖୁବ ପ୍ରଶଂସା କରିନ୍ତି ଫ୍ୟାନ୍‌ସ। ୨୦୧୯ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବା ପରେ ଧୋନି ପ୍ରଥମ ଥର ନୂଆ କାର୍ଯ୍ୟରେ ହାତ ରଖିଛନ୍ତି।