ଯାଜପୁର : ସବ୍‌ଷ୍ଟେସନ୍ ଉପରେ ଚଢ଼ିଥିବା ୫ ବର୍ଷର ପିଲାର ଦାୟିତ୍ୱ ନେଲା ଶିଶୁ ସୁରକ୍ଷା କମିଟି

ଯାଜପୁର ରୋଡ (କେ ନ୍ୟୁଜ) : ୧୧-କେଭି ଟ୍ରାନ୍ସଫରମର ସବ୍‌ଷ୍ଟେସନ୍ ଉପରେ ଚଢି ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଥିବା ୫ ବର୍ଷର ଶିଶୁ ସମେତ ତାର ଦୁଇ ଭାଇକୁ ଉଦ୍ଧାର କଲା ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ । ନିକଟରେ ଏକ ୫ ବର୍ଷର ଶିଶୁଟି ବିପଦ ସଙ୍କୁଳ ସବ୍‌ଷ୍ଟେସନ୍ ଉପରେ ଚଢି ଯାଇଥିଲା । ହେଲେ କରେଣ୍ଟ ନଥିବାରୁ ସୌଭାଗ୍ୟ ବଶତଃ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇ ଯାଇଥିଲା ।

ତେବେ ଏ ଘଟଣାକୁ ନେଇ ଖବର ପ୍ରସାରଣ ହେବା ପରେ ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ପହଞ୍ଚି ପିଲାଟିର ବାପା ମାଙ୍କୁ ବୁଝାସୁଝା କରିଥିଲେ । ଏଭଳି ଦୁଃସାହାସିକ ଓ ବିପଦପୂର୍ଣ୍ଣ କାର୍ଯ୍ଯରୁ ନିବୃତ୍ତ ରହିବାକୁ ବୁଝାଇଥିଲେ । ତେବେ ଆଦିବାସୀ ଶ୍ରେଣୀର ଏହି ପିଲାଟିର ପରିବାର ଅତ୍ୟନ୍ତ ଦୁଃଖ ଦୁର୍ଦ୍ଦିନରେ ରହୁଥିବାରୁ ପିଲାଗୁଡିକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଉଦ୍ଧାର କରିବାକୁ କୋରେଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ ।

childଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶ ପରେ ଗତକାଲି ସନ୍ଧ୍ୟାରେ ଶିଶୁ ସୁରକ୍ଷା ବିଭାଗ ପ୍ରୋଟେକ୍ସନ ଅଫିସର ମିହିର ଜେନା ଓ କାଉନସିଲ୍ ଅଧିକାରୀ ଶିଶିର ମଲ୍ଲିକ ପିଲାଟିର ପରିବାର ନିକଟରେ ପହଞ୍ଚି ତାଙ୍କ ବାପା ମା’ଙ୍କୁ ବୁଝାଇ ୩ ଜଣ ଛୋଟ ଛୋଟ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଥିଲା ।

ସୂଚନା ମୁତାବକ ଫାର୍ମ ହାଉସରେ କେୟାର ଟେକର ଭାବେ କାମ କରୁଥିବା ଦୁଷ୍ମନ୍ତ ମାଝୀଙ୍କ ୫ ବର୍ଷର ପୁଅଟି ଖେଳୁ ଥିବାବେଳେ ଘର ସାମ୍ନାରେ ଯାଇଥିବା ଜାତୀୟ ରାଜପଥରେ ବସ୍ ଦେଖିବା ପାଇଁ ୩୦ ଫୁଟ ଉଚ୍ଚ ଖୁଣ୍ଟ ଉପରକୁ ଚଢି ଯାଇଥିଲା । ଜଣେ ସ୍ୱେଚ୍ଛାସେବୀ ତାକୁ ବାରଣ କରିବା ପରେ ସେ ଖୁଣ୍ଟ ଉପରୁ ଓହ୍ଲାଇ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.