ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡକୁ ଦୃଷ୍ଟିରେ ରଖି ଲାଗୁ ହୋଇପାରେ କଟକଣା

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ । କୋଭିଡ୍‌ ସମୟରେ ନିର୍ବାଚନ ହେଲେ, କଣ ରହିବ କଟକଣା । କେମିତି ହେବ ନିର୍ବାଚନ ପରିଚାଳନା । ଏସବୁକୁ ନେଇ ରାଜନୈତିକ ଦଳଙ୍କଠାରୁ ମତାମତ ଲୋଡିବେ ରାଜ୍ୟ ନିର୍ବାଚନ କମିଶନର । ଏଥିରେ ଅଂଶଗ୍ରହଣ କରିବାକୁ ଥିବା ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେବେ । ସ୍ଥାନୀୟ ତୋଷାଳି ଭବନ ସ୍ଥିତି ମୁଖ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ୧୧ଟା ୩୦ରେ ଏହି ବୈଠକ ବସିବ।

କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଢଙ୍ଗରେ ବ୍ୟାପକ ପରିବର୍ତ୍ତନ କରାଯିବ। ସମ୍ପୂର୍ଣ୍ଣ କଟକଣାରେ ନିର୍ବାଚନ ପାଇଁ କମିଶନ ଗୁରୁତ୍ୱ ଦେଉଛନ୍ତି । ଏହା ପୂର୍ବରୁ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଗେଜେଟ୍‌ ବିଜ୍ଞପ୍ତି ଜରିଆରେ ଜଣାଇ ସାରିଛନ୍ତି । ଏବେ କେବଳ ଅପେକ୍ଷା ରାଜ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ । ଆଜିର ବୈଠକରୁ ଏକ ସକରାତ୍ମକ ସଙ୍କେତ ଆସିବ ବୋଲି ଆଶା ରଖିଛନ୍ତି ବିଭିନ୍ନ ଦଳ । ଉତ୍ତରପ୍ରଦେଶ ଓ ପଞ୍ଜାବ ସମେତ ୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶାରେ ପଞ୍ଚାୟତ ଭୋଟ୍‌ ପାଇଁ ବଢ଼ିଛି ସମ୍ଭାବନା। କଟକଣା ଭିତରେ ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.