ରାଜ୍ୟରେ ପ୍ରଥମ ଜିଲ୍ଲା ଭାବରେ ଗଞ୍ଜାମର ସବୁ କୋର୍ଟ ପେପରଲେସ୍‌

ଗତକାଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‌. ମୂରଲୀଧର ଭିଡିଓ କନଫରେନ୍ସିଂରେ ବ୍ରହ୍ମପୁର ଜିଲ୍ଲା କୋର୍ଟ ସହ ରାଜ୍ୟରେ ମୋଟ୍‌ ୫୦ଟି ପେପରଲେସ୍‌ କୋର୍ଟକୁ ଉଦଘାଟନ କରିଥିଲେ । ଏଥିରେ ରହିଛି ୨୩ଟି ଜିଲ୍ଲାର ବିଭିନ୍ନ କୋର୍ଟ ।

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମର ସବୁ କୋର୍ଟ ହେଲା ପେପରଲେସ୍‌ । ରାଜ୍ୟରେ ପ୍ରଥମ ଜିଲ୍ଲା ଭାବରେ ଗଞ୍ଜାମର ସବୁ କୋର୍ଟ ପେପରଲେସ୍‌ ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮୪ଟି କୋର୍ଟ ପେପରଲେସ୍‌ ହେଲାଣି । ଗତକାଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‌. ମୂରଲୀଧର ଭିଡିଓ କନଫରେନ୍ସିଂରେ ବ୍ରହ୍ମପୁର ଜିଲ୍ଲା କୋର୍ଟ ସହ ରାଜ୍ୟରେ ମୋଟ୍‌ ୫୦ଟି ପେପରଲେସ୍‌ କୋର୍ଟକୁ ଉଦଘାଟନ କରିଥିଲେ । ଏଥିରେ ରହିଛି ୨୩ଟି ଜିଲ୍ଲାର ବିଭିନ୍ନ କୋର୍ଟ ।

ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରରେ ଥିବା ସିଜେଏମ୍‌ କୋର୍ଟକୁ ପେପରଲେସ୍‌ କୋର୍ଟ ଭାବରେ ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଉଦଘାଟିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଆରମ୍ଭ ହୋଇଥିଲା ୩୪ଟି ପେପରଲେସ୍‌ କୋର୍ଟ । ଆଗକୁ ଆଉ ୫୦ଟି କୋର୍ଟକୁ ପେପରଲେସ୍‌ କରିବାକୁ ଯୋଜନା ରହିଛି । ପେପରଲେସ୍‌ କୋର୍ଟ ପ୍ରକ୍ରିୟାକୁ ସରକାରୀ ଓକିଲଙ୍କ ସମେତ ସମସ୍ତ ଆଇନଜୀବୀ ସ୍ୱାଗତ କରିଛନ୍ତି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.