କୋରାପୁଟ ସୁନାବେଡା ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ

କୋରାପୁଟ(କେନ୍ଯୁଜ୍): ଦିନକୁ ଦିନ ବଢିଚାଲିଛି ଅପରାଧ। ଯେତେ କଠୋର ଦଣ୍ଡ ବିଧାନ ହେଲେ ସୁଦ୍ଧା ଅପରାଧୀ ଉପରେ ପଡୁନି ଫରକ୍। ପୁଣି ଗଡାଇଛନ୍ତି ଆଉ ଏକ ମୁଣ୍ଡ । କୋରାପୁଟ ଜିଲ୍ଲା ସୁନାବେଡା ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ । ମୃତ ବ୍ୟବସାୟଙ୍କ ଘର ରାଜୀବ ନଗରର । ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ସେ ରାସିୟେନ ବଜାରରେ ବ୍ୟବସାୟ କରୁଥିଲେ ।

ମୃତ ବ୍ୟବସାୟୀଙ୍କ ଗାଲରେ ଓ ଶରୀର ର ଏକାଧିକ ସ୍ଥାନରେ କଟା ଦାଗ ରହିଛି । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଘଟଣାର ତଦନ୍ତ କରିବେ ବୋଲି ସୁନାବେଡା ଏସଡିପିଓ କହିଛନ୍ତି ।

ଅନ୍ଯପଟେ, ଆପଣ ଜାଣିଥିବେ କରୋନା ବେଳେ ରାଜ୍ୟରେ ଅପରାଧ ବଢିଛି  । ୨୦୧୯ ବର୍ଷ ତୁଳନାରେ ୨୦୨୦ରେ ୧୦.୪୫ ପ୍ରତିଶତ ମାମଲା ବଢିଛି । ୨୦୧୯ରେ ରାଜ୍ୟର ବିଭିନ୍ନ ଥାନାରେ ୧ଲକ୍ଷ ୨୧ହଜାର ୫୨୫ଟି ଅପରାଧିକ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ୧ଲକ୍ଷ ୩୪ ହଜାର ୨୩୦ଟି ମାମଲା ରୁଜୁ ହୋଇଛି । ବିଧାନସଭାରେ ଉପସ୍ଥାପିତ ସ୍ୱରାଷ୍ଟ୍ର ବିଭାଗ ଷ୍ଟାଣ୍ଡି କମିଟି ରିପୋର୍ଟରେ ଉଲ୍ଲେଖ ରହିଛି । ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟରେ ଦୁଷ୍କର୍ମ, ହତ୍ୟା ଓ ସିନ୍ଧିଚୋରି ବଢିଥିଲା।

୨୦୨୦ରେ ରାଜ୍ୟରେ ୧୪୭୦ଟି ହତ୍ୟା, ୫୧୪ ଡକାୟତି, ୨୧୬୬ ରବରି, ୪୫୦୦ ସିନ୍ଧିଚୋରା, ୧ଲକ୍ଷ ୪୧୨ଚୋରି, ୨୯୮୪ ଦୁଷ୍କର୍ମ ଓ ୯୮୧୭ଟି ଦୁର୍ଘଟଣା ହୋଇଥିବା ଜଣାପଡିଛି । ୨୦୧୯ ରିପୋର୍ଟ ଅନୁଯାୟୀ ୧୩୫୬ ହତ୍ୟା, ୫୮୭ ଡକାୟତି, ୨୪୯୨ ରବରି, ୪୧୪୯ ସିନ୍ଧିଚୋରି, ୧ଲକ୍ଷ ୭୬୬ ଚୋରି , ୨୯୫୦ ବଳାତ୍କାର ଓ ୧ଲକ୍ଷ ୧୬୪ଟି ଦୁର୍ଘଟଣା ଘଟିଥିଲା । ଗଞ୍ଜେଇ ଜବତ ଓ ମାଓ ହିଂସା ଦମନରେ ପୋଲିସକୁ ସଫଳତା ମିଳିଛି । ଏହାବାଦ୍‌ କରୋନା ସମୟରେ ପୋଲିସ କାର୍ଯ୍ୟକଳାପ ପ୍ରଶଂସନୀୟ  ବୋଲି ରିପୋର୍ଟରେ ଦର୍ଶାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.