ସେସୁର ଅଭିଯାନ ଜାରି: ଦ୍ୱିତୀୟ ଦିନରେ କଟିଲା ୧୯୫୬ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ୍‌, ୪ କୋଟି ୬୭ ଲକ୍ଷ ଟଙ୍କା ବକେୟା ଆଦାୟ

ଭୁବନେଶ୍ବର: ଜାରି ରହିଛି ସେସୁର ବିଦ୍ୟୁତ କାଟ୍‌ ଅଭିଯାନ । ଶୁକ୍ରବାର ଦ୍ୱିତୀୟ ଦିନରେ ମଧ୍ୟ ଜୋରଦାର ହୋଇଥିଲା ବିଦ୍ୟୁତ୍‌ କାଟ୍‌ । ଦ୍ୱିତୀୟ ଦିନରେ ୧୯୫୬ ବାଣିଜ୍ୟିକ ଉପଭୋକ୍ତାଙ୍କର ବିଦୁତ କାଟ୍‌ ହୋଇଛି । ସେପଟେ ବିଦ୍ୟୁତ୍‌ କାଟ୍‌ ଭୟରେ ୫ ହଜାର ୮୯୮ ଜଣ ବ୍ୟବସାୟିକ ପ୍ରତିଷ୍ଠାନ ୪ କୋଟି ୬୭ ଲକ୍ଷ ଟଙ୍କା ବକେୟା ଆଦାୟ ହୋଇଛି । ନୟାଗଡ଼ରେ ସର୍ବାଧିକ ୨୦୧ ଜଣଙ୍କ ବିଦ୍ୟୁତ ସଂଯୋଗ କଟାଯାଇଥିବା ବେଳେ ଖୋର୍ଦ୍ଧାରେ ୧୮୨ ଜଣଙ୍କ ବିଦ୍ୟୁତ୍‌ କାଟ୍‌ ହୋଇଛି । ପୁରୀ ଜିଲ୍ଲାର ପିପିଲିରେ ଜଣେ ହୋଟେଲ ମାଲିକ କଟାଯାଇଥିବା ବିଦ୍ୟୁତ୍‌ ସଂଯୋଗକୁ ବେଆଇନ ଭାବେ ପୁଣି ଥରେ ଯୋଡିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେସୁ ଅଧିକାରୀଙ୍କ ସୂଚନା ଅନୁସାରେ ବିଦ୍ୟୁତ୍‌ କାଟ୍‌ ଘୋଷଣା ପରଠାରୁ ବର୍ତ୍ତମାନ ସୁଦ୍ଧା ମୋଟ୍‌ ସାଢେ ୩୨ କୋଟି ଟଙ୍କାରୁ ଅଧିକ ଟଙ୍କା ବକେୟା ଆଦାୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.