କଟକ : ହଷ୍ଟେଲରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା, ମୃତ୍ୟୁର କାରଣ ଅସ୍ପଷ୍ଟ

କଟକ (କେନ୍ୟୁଜ୍) : ନିହାରିକା ପାତ୍ରଙ୍କ ହତ୍ୟା ଘଟଣା ମନରୁ ନଲିଭିଥିବାବେଳେ ଏବେ ପୁଣି ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ପୁଣି ଆଲୋଡନ ସୃଷ୍ଟି କରିଛି। କଟକରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। ମୃତ ଛାତ୍ରୀ ଜଣକ ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ରୀ ଅର୍ପିତା ରାଉତ। ତାଙ୍କ ଘର କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳରେ। ଶୈଳବାଳା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଏକ ଘରୋଇ ହଷ୍ଟେଲ ଛାତ ଫ୍ୟାନରେ ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି । ତେବେ ତାଙ୍କ ଗୋଡ ତଳେ ଲାଗିଥିବାରୁ ଏହା ଆତ୍ମହତ୍ୟା କି ହତ୍ୟା ସେନେଇ କାରଣ ଅସ୍ପଷ୍ଟ ରହିଛି। କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.