ଭାଲେଣ୍ଟାଇନ ୱିକ୍‌ରେ ସକ୍ରିୟ ହୋଇଛନ୍ତି ସାଇବର ଠକ, ବ୍ଲାଙ୍କ ମେସେଜ ପଠାଇ ଖାଲି କରିଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ

ଭୁବନେଶ୍ବର(କେନ୍ୟୁଜ୍):  ମୋବାଇଲ ଫୋନ୍‌ରେ ଅଜଣା ବ୍ଲାଙ୍କ ମେସେଜ ଖୋଲୁ ଖୋଲୁ ଟଙ୍କା ଗାଏବ । ଗୋଟିଏ କ୍ଲିକରେ ଉଡ଼ିଗଲା ୧ ଲକ୍ଷ ୧୫ ହଜାର ଟଙ୍କା । ରାଜଧାନୀର ଦୀପକ ଦାସ ନାମକ ଜଣେ ଯୁବକ ଏଭଳି ଠକେଇର ଶୀକାର ହୋଇଛନ୍ତି । ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ୮୫ ହଜାର ଟଙ୍କା ଫେରି ପାଇଛନ୍ତି ।

ଭାଲେଣ୍ଟାଇନ ୱିକ୍‌ରେ ଅଧିକ ସକ୍ରିୟ ହୋଇଉଠିଛନ୍ତି ସାଇବର ଠକ । ବ୍ଲାଙ୍କ ମେସେଜରେ ନୂଆ ତରିକାରେ ଠକେଇ ହେଉଥିବା ବେଳେ ବାରମ୍ବାର ମୋବାଇଲ ଫୋନ ନମ୍ବର ବଦଳାଇ ମେସେଜ କରୁଛନ୍ତି ସାଇବର ଅପରାଧୀ । ହ୍ଵାଟସ ଆପ୍‌ରେ ମେସେଜ ପଠାଇ ଗୋଟିଏ ଲିଙ୍କରେ କ୍ଲିକ କଲେ ଚକୋଲେଟ,ଗିଫ୍ଟ ମିଳିବା ଭଳି ଲୋଭନୀୟ ଅଫର ଦିଆଯାଉଛି । ଏହାକୁ କ୍ଲିକ କରୁ କରୁ ଲୋକମାନେ ଲୁଟ୍‌ର ଶିକାର ହେଉଛନ୍ତି । ଯାହାକୁ ନେଇ ଲୋକଙ୍କୁ ସତର୍କ କରାଇଛନ୍ତି ସାଇବର ଏକ୍ସପର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.