ଦିନ ଦ୍ୱିପହରରେ ଗହଣା ସୋ’ ରୁମ୍‌ରୁ ଡକାୟତି, ୧୦ କୋଟିରୁ ଅଧିକ ଟଙ୍କାର ଅଳଙ୍କାର ନେଇଗଲେ

ବନ୍ଧୁକ ମୁନରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଯାଜପୁର ବ୍ୟାସନଗରରେ ଥିବା ସେନ୍‌କୋ ଗୋଲ୍ଡ ସୋ’ରୁମ୍‌ରେ ବଡ଼ ଧରଣର ଡକାୟତି ହୋଇଛି । ୭ ଜଣ ଦୁର୍ବୃତ୍ତ ଗ୍ରାହକ ବେଶରେ ଦୋକାନରେ ପଶିଥିଲେ ।

ଯାଜପୁର(କେନ୍ୟୁଜ୍): ଦିନ ଦ୍ୱିପହରରେ ଗହଣା ସୋ’ ରୁମ୍‌ରୁ ଡକାୟତି । ବନ୍ଧୁକ ମୁନରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଯାଜପୁର ବ୍ୟାସନଗରରେ ଥିବା ସେନ୍‌କୋ ଗୋଲ୍ଡ ସୋ’ରୁମ୍‌ରେ ବଡ଼ ଧରଣର ଡକାୟତି ହୋଇଛି । ୭ ଜଣ ଦୁର୍ବୃତ୍ତ ଗ୍ରାହକ ବେଶରେ ଦୋକାନରେ ପଶିଥିଲେ ।

ଗ୍ରାହକଙ୍କୁ ଧମକାଇବା ସହ କର୍ମଚାରୀଙ୍କୁ ମାଡ଼ମାରି ବିପୁଳ ପରିମାଣର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଡକାୟତଙ୍କ ଆକ୍ରମଣରେ ଦୁଇ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଯାଜପୁର ରୋଡ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଯାଜପୁର ରୋଡ୍‌ ପୋଲିସ ପହଞ୍ଚି ଛାନବିନ୍‌ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.