ବଲାଙ୍ଗୀର ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣାର ଆସିଲା ନୂଆ ମୋଡ଼; ମିଳିଲା ହ୍ୱାଟ୍ସଆପ୍ ଚାଟ୍, କଲେଜରେ ରାଗିଂ କରୁଥିଲେ ସିନିୟର…

ବଲାଙ୍ଗୀର (କେନ୍ୟୁଜ): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ଏବେ ମିଳିଛି ମୃତ ଏମବିବିଏସ ଛାତ୍ର ନିଶାନ୍ତଙ୍କ whatsapp ଚାଟିଂ । ଚାଟିଂରେ କଲେଜରେ ର‍୍ୟାଗିଂ ନେଇ ସ୍ପଷ୍ଟ ଲେଖା ହୋଇଛି । ଗତକାଲି ନିଶାଙ୍କଙ୍କ ପରିବାର ଲୋକ ବଲାଙ୍ଗୀର ମେଡିକାଲ କଲେଜରେ ପହଞ୍ଚି ତାଙ୍କ ପୁଅକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣିଥିଲେ । ଏନେଇ ସଠିକ ତଦନ୍ତ ପାଇଁ ଦାବି ଜଣାଇଥିଲେ ।

ତେବେ ନିଶାନ୍ତ ସିନିୟରଙ୍କ ରାଗିଂ ଯୋଗୁଁ କେଉଁଠି ନା କେଉଁଠି ମାନସିକ ଚାପରେ ଥିଲେ । ଦୁଶ୍ଚିନ୍ତାରେ ଥିଲେ ଓ ଭୟଭୀତ ହୋଇଯାଇଥିଲେ । ନିଜ ଦୁଃଖକୁ ସେ ନିଜ ଭିତରେ ଚାପି ରଖୁଥିଲେ, ସାଙ୍ଗ ତୁରନ୍ତ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ମନା କରିଥିଲେ ନିଶାନ୍ତ । କାଳେ ସିନିୟର ଛାତ୍ରମାନେ ଅଧିକ ଆକ୍ରୋଶ ରଖିବେ, ଅଧିକ ହଇରାଣ କରିବେ ଓ ନିର୍ଯାତନା ଦେବେ । ସେହି ଭୟରେ ତୁରନ୍ତ ଲିଖିତ ଅଭିଯୋଗ କରିନଥିଲେ । ଏପରିକି ମାଙ୍କୁ ମଧ୍ୟ ଅଭିଯୋଗ କରିବାକୁ ମନା କରିଥିଲେ ।

chat

ହରିଆଣାର ଏହି ଛାତ୍ର ଜଣକ ଗତ ୧୨ତାରିଖରେ ବଲାଙ୍ଗିରକୁ ଡାକ୍ତରୀ ପାଠ ପଢିବାକୁ ଆସିଥଲେ । ଏମବିବିଏସରେ ପ୍ରଥମ ବର୍ଷରେ ପଢୁଥିଲେ । ବଲାଙ୍ଗୀର ମେଡିକାଲ କଲେଜ ହଷ୍ଟେଲ ୩୧୨ ନମ୍ବର ରୁମରେ ରହୁଥିଲେ । ଏପଟେ କଲେଜରେ ନିର୍ଯାତନା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମେଡିକାଲ କଲେଜର ଡିନ୍‌ ସବିତା ମହାପାତ୍ର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.