ରନ୍‌ୱେରେ କେମିତି ହେଲା ଦୁର୍ଘଟଣା, DGCAର ତଦନ୍ତ ନିର୍ଦ୍ଦେଶ: ମୃତକଙ୍କ ମଧ୍ୟରେ ଅଛନ୍ତି ସମ୍ବଲପୁରର କ୍ୟାପଟେନ୍‌ ଗୋପାଳକୃଷ୍ଣ ପଣ୍ଡା

ମାଲକାନଗିରି (କେନ୍ୟୁଜ୍‌): ପ୍ରଶିକ୍ଷଣକାରୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଓଡ଼ିଆ ପାଇଲଟଙ୍କ ସହ ଦୁଇ କ୍ୟାପଟେନଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ହେଲେ କ୍ୟାପଟେନ୍‌ ଗୋପାଳକୃଷ୍ଣ ପଣ୍ଡା ଓ କ୍ୟାପଟେନ୍‌ ଏପି ଶ୍ରୀବାସ୍ତବ। ମୃତ କ୍ୟାପଟେନ୍‌ ଗୋପାଳକୃଷ୍ଣ ପଣ୍ଡାଙ୍କ ଘର ସମ୍ବଲପୁର ଜିଲ୍ଲା ବହାମ ଗାଁରେ।

ମିଳିଥିବା ଖବର ଅନୁସାରେ ରାୟପୁର ଏୟାରପୋର୍ଟରେ ଏହି ଦୁର୍ଘଟଣା ଘଟିଛି। ଦୁଇ ପାଇଲଟ ନିୟମିତ ଉଡାଣ ଅଭ୍ୟାସ କରୁଥିବାବେଳେ ରାୟପୁର ବିମାନ ବନ୍ଦରରେ ଅବତରଣ କରିବାକୁ ପ୍ରସ୍ତୁତ ହେଉଥିଲେ । ଲ୍ୟାଣ୍ଡିଂ ବେଳେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ହେଲିକପ୍ଟର ଭିତରେ ହିଁ ଉଭୟ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିଲା ।

ହେଲିକପ୍ଟରରେ କେହି ଯାତ୍ରୀ ନଥିଲେ । ତେବେ କେଉଁ କାରଣରୁ ହେଲିକପ୍ଟର କ୍ରାସ ହେଲା ତାକୁ ନେଇ DGCA ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଘଟଣାରେ ଗଭୀର ଦୁଃଖ ପ୍ରକାସ କରିବା ସହ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.