ମହଙ୍ଗା ପଡ଼ିଲା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଦାଲତ ଅବମାନନା, ୩ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ୫ ହଜାର ଲେଖାଏ ଜରିମାନା

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ତିନି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଦାଲତ ଅବମାନନା ମହଙ୍ଗା ପଡିଛି । ଅଦାଲତ ଅବମାନନା ମାମଲାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ, ଯାଜପୁର ଡିଇଓ କୃଷ୍ଣଚନ୍ଦ୍ର ନାୟକ, ଜଗତସିଂହପୁର ଡିଇଓ ସପନ କୁମାର ଜେନା ଓ ପୁରୀ ଡିଇଓ ବିଶ୍ଵନାଥ ଘୋଷ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସେମାନେ ନିଃସର୍ତ କ୍ଷମା ମାଗିଛନ୍ତି । ଏହି ତିନି ଶିକ୍ଷାଧିକାରୀଙ୍କୁ ୫ ହଜାର ଲେଖାଏଁ ଜୋରିମାନା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ତିନି ଡ଼ିଇଓ ସମସ୍ତ ମୋକଦ୍ଦମା ଖର୍ଚ୍ଚ ବହନ କରିବେ ବୋଲି ହାଇକୋର୍ଟ କହିଛନ୍ତି । ନିର୍ଦ୍ଦେଶ ଉଲ୍ଲଂଘନ ସହ ମିଥ୍ୟା କଂପ୍ଲାଏନ୍ସ ଆଫିଡେଭିଟ୍‌ ଦାଖଲ କରିଥିଲେ । ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଶିକ୍ଷକଙ୍କୁ ୪୮ ବର୍ଷ ବୟସ ପରେ ତାଲିମପ୍ରାପ୍ତ ଗ୍ରାଜୁଏଟ ସ୍କେଲ ଅଫ୍‌ ପେ ପ୍ରଦାନ ପାଇଁ ହାଇକୋର୍ଟ ୨୦୧୬, ନଭେମ୍ବର ୨୪ରେ ନିର୍ଦ୍ଦେଶ ଦେଇଥିଲେ । ଦରମା ଓ ଅନ୍ୟ ପ୍ରାପ୍ୟ ପାଇବାକୁ ଯୋଗ୍ୟ ବୋଲି ରାୟରେ ସ୍ପଷ୍ଟ କରାଯାଇଥିଲା । ଏହି ରାୟ ଆଧାରରେ ଆବେଦନକାରୀଙ୍କୁ ସଂଶୋଧିତ ଦରମା ଓ ବକେୟା ପ୍ରାପ୍ୟ ପ୍ରଦାନ କରାଯିବାର ନିର୍ଦ୍ଦେଶ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.