ଚିଲିକାରେ ବଢ଼ିଲା ଡଲଫିନ ସଂଖ୍ୟା, ରିପୋର୍ଟ ଦେଲେ ସିଡିଏ କର୍ତ୍ତୃପକ୍ଷ

କେନ୍ୟୁଜ୍(ବ୍ୟୁରୋ):ଚିଲିକାରେ ବଢ଼ିଲା ଡଲଫିନ ସଂଖ୍ୟା ୧୫୦ରୁ ଅଧିକ ଡଲଫିନ ଥିବା ଆକଳନ କରାଯାଉଛି । ସମ୍ପୂର୍ଣ୍ଣ ଡଲଫିନ ଗଣନା ରିପୋର୍ଟ ଆସିନଥିଲେ ମଧ୍ୟ ସଂଖ୍ୟା ବଢ଼ିଥିବା କହିଛନ୍ତି ସିଡିଏ କର୍ତ୍ତୃପକ୍ଷ । ପୂର୍ବରୁ ସାତପଡା ଅଞ୍ଚଳରେ ଡଲଫିନ ଦେଖାଯାଉଥିବା ବେଳେ ଚଳିତବର୍ଷ କାଳିଯାଇ ଓ ରମ୍ଭା ଅଞ୍ଚଳରେ ଡଲଫିନ ଥିବା ଜଣାପଡିଛି । ଚିଲିକାରୁ ଘେରି ଉଚ୍ଛେଦ ପରେ ଡଲଫିନ ଏସବୁ ଅଞ୍ଚଳକୁ ଆସିଛନ୍ତି । ଆଜିର ଡଲଫିନ ଗଣନାରେ ୧୪୬ଟି ଡଲଫିନ ଥିବା କର୍ତ୍ତୃପକ୍ଷ କହିଛନ୍ତି । ବିରଳ ପ୍ରଜାତିର ଇରୱାଡି ଡଲଫିନ୍‌ଙ୍କ ସଂଖ୍ୟା ବଢ଼ିଛି । ଏହି ପ୍ରଜାତିର ଡଲଫିନ ସାତପଡା ଚିିଲିକାରେ ଦେଖିବାକୁ ମିଳିଥାଏ । ଚିଲିକାରେ ୮ଟି ଟିମ୍‌ ଡଲଫିନ ଗଣନାରେ ସାମିଲ ହୋଇଥିଲେ । ଅନ୍ୟ ଜିଲ୍ଲାରେ ୧୦ଟି ଟିମ୍‌ ଗଣନା କରିଛନ୍ତି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡଲଫିନ ଗଣନା କରାଯାଇଥିଲା । କ୍ୟାମେରା, ବାଇନାକୁଲାର ମାଧ୍ୟମରେ ଡଲଫିନ ଗଣନା ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.