କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ପୁଣି ହାତୀ ଆତଙ୍କ: ୫ ଦିନରେ ୪ ଘର ଭାଙ୍ଗିବା ସହ ନଷ୍ଟ କଲେ ବ୍ୟ।ପକ ଫସଲ

କଳାହାଣ୍ଡି(କେନ୍ୟୁଜ୍‌): କଳାହାଣ୍ଡି ଲାଞ୍ଜିଗଡ ବ୍ଲକର କିଡିଙ୍ଗ ଅଞ୍ଚଳରେ ପୁଣି ହାତୀ ଆତଙ୍କ । ଆଜି କି ପ୍ରାୟ ୫ ଦିନହେଲା ସିକେରକୁପା ଫରେଷ୍ଟ ଅଞ୍ଚଳ କିଡିଙ୍ଗ,କାଉଗୁଡା,କାଚିଲି,ଦୂରଭଟା,ପୋଡାପଦର ଓ ମାଡିବନ୍ଧା ଗ୍ରାମରେ ଜଙ୍ଗଲୀ ହାତୀର ଉପଦ୍ରବ ବଢ଼ିବାରେ ଲାଗିଛି । ପାଞ୍ଚ ଦିନ ମଧ୍ୟରେ ୪ଟି ଘର ଭାଙ୍ଗିବା ସହ ଚାଷିଙ୍କ ବ୍ୟାପକ ଫସଲ ନଷ୍ଟ କରିବାରେ ଲାଗିଛି ଜଂଗଲି ହାତୀ । ଏହି ହାତୀ ପଲ କିଡିଙ୍ଗ ବିଟ୍ ନିକଟସ୍ଥ ଧରମକାଁଣି ଜଙ୍ଗଲରୁ ଆସୁଥିବା ବନବିଭାଗ ସୂଚନା ଦେଉଥିବା ବେଳେ ହାତୀପଲ ବନବିଭାଗକୁ ନାକେଦମ କରିସାରିଲାଣି ।

hati2ଅନ୍ୟପଟେ ହାତୀପଲ କିଭଳି ଗାଁ କୁ ପ୍ରବେଶ ନ କରିବେ ତାକୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ହାତୀର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ବନ ବିଭାଗ ପକ୍ଷରୁ ହାତୀ ଭାଙ୍ଗିଦେଇଥିବା ଘର ଓ ଚାଷିଙ୍କ ଫସଲ ନଷ୍ଟର କ୍ଷୟ କ୍ଷତିର ଆକଳନ କରାଯାଉଥିବା ବନ ଭିଭାଗ କହୁଥିବା ବେଳେ ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତା ବରଣା ଦେଖାଦେଇଛି । ଏନେଇ ହାତୀ ଦ୍ୱାରା ନଷ୍ଟ ହୋଇଥିବା ଫସଲ ଏବଂ ଘରର କ୍ଷୟକ୍ଷତି ପାଇଁ ଚାଷୀଙ୍କୁ କ୍ଷତି ପୂରଣ ଦେବା ପାଇଁ ଦାବି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.