ସୁନ୍ଦରଗଡ: ପରମାସାହିରେ ପୁଣି ଏକ ଦନ୍ତାହାତୀ ମୃତଦେହ ଠାବ, କାରଣ ପାଉନି ବନବିଭାଗ

ସୁନ୍ଦରଗଡ: ବର୍ତ୍ତମାନ ଆମ ପୃଥିବୀରୁ ଜୀବଜନ୍ତୁଙ୍କ ସଂଖ୍ୟା ଲୋପ ପାଇଯାଉଥିବା ବେଳେ ପ୍ରତିଦିନ କିଛି ନା କିଛି ଜୀବଜନ୍ତୁଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସୁଛି । ସରକାରଙ୍କ ଗୋପବନ୍ଧୁ ଯୋଜନା ସତ୍ତ୍ୱେ ମଧ୍ୟ ହାତୀମାନେ ଏବେବି ଅସୁରକ୍ଷିତ ଅଛନ୍ତି। ତେବେ ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ଅରାଘାଟ ଗ୍ରାମର ପରମା ସାହିରେ ଆଜି ପୁଣି ଏକ ଦନ୍ତା ହତୀର ମୃତଦେହ ମିଳିଛି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ପାଇବା ପରେ ବନ ବିଭାଗ ଏହାର ତଦନ୍ତ କରିବାରେ ଲାଗିଛନ୍ତି ।

elephant dead2

ସେହିପରି ଗତ ୧୩ ତାରିଖରେ ସଗଡ ଭଙ୍ଗା ଜଙ୍ଗଲରେ ଅନ୍ୟ ଏକ ମାଇ ହାତୀର ମୃତଦେହ ଗ୍ରାମବାସୀ ଠାବ କରିଥିଲେ । ତେବେ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ହାତୀର ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ସରକାର ଏହି ଗୋପବନ୍ଧୁ ଯୋଜନା କରି ହାତୀଙ୍କୁ ସୁରକ୍ଷା ଦେବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ କାହିଁକି ସପ୍ତାହରେ ଦୁଇଟି ହାତୀ ମୃତ୍ୟୁ ହୋଇଛି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ।

ଏବେ ଅଞ୍ଚଳରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ବନ ବିଭାଗ କରୁଛି କଣ? ଏବଂ ଗୋପବନ୍ଧୁ ଯୋଜନା କାହା ପାଇଁ ? ଅନ୍ୟପକ୍ଷରେ ବନ ବିଭାଗ ପୂର୍ବରୁ ମୃତ୍ୟୁ ହୋଇଥିବା ମାଇ ହାତୀର ତଦନ୍ତ କରୁଥିଲେ ମଧ୍ୟ ୧୦ ଦିନ ବିତି ଯାଇଥିଲେ ବି ଏପର୍ଯ୍ଯନ୍ତ ମୃତ୍ୟୁର କାରଣ ଲୋକଲୋଚନକୁ ଆସି ପାରିଲାନାହିଁ । ଏହାର ତଦନ୍ତ ଶେଷ ନ ହେଉଣୁ ଆଜି ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହେବା ବନ ବିଭାଗର ଚିନ୍ତାର କାରଣ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.