ଦୁନିଆର ସବୁଠାରୁ ବୟସ୍କା ମହିଳା, ଗିନିଜ ୱାର୍ଲଡ ରେକର୍ଡରେ ପାଇଲେ ସ୍ଥାନ

ଗିନିଜ ବୁକ୍ ଅଫ୍ ରେକର୍ଡସ୍ କେନ୍ ତାନାକାଙ୍କୁ ଦୁନିଆର ସର୍ବ ପୁରାତନ ଜୀବନ୍ତ ବ୍ୟକ୍ତି ଭାବରେ ସ୍ୱୀକୃତି ଦେଇଛି ସତ କିନ୍ତୁ ନିକଟରେ ସୁପରସେଣ୍ଟ୍ରିଆନ୍ ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି । ସେ ଜାପାନର ସବୁଠାରୁ ବୟସ୍କ ବ୍ୟକ୍ତି ହୋଇଯାଇଛନ୍ତି କାରଣ କେନ୍ ତାନାକା ଶନିବାର ଦିନ ୧୧୭ ବର୍ଷ ୨୬୧ ଦିନରେ ପାଦ ଦେଇଥିଲେ ।
ପୂର୍ବ ରେକର୍ଡ ଅନ୍ୟ ଜଣେ ଜାପାନୀ ମହିଳା ନବୀ ତାଜିମାଙ୍କ ନାମରେ ଥିଲା, ଯିଏ ଏପ୍ରିଲ ୨୦୧୮ ରେ ୧୧୭ ବର୍ଷ ୨୬୦ ଦିନ ବୟସରେ ମୃତ୍ୟୁବରଣ କରିଥିଲେ । କେନ୍ ତାନାକା ଦକ୍ଷିଣ-ପଶ୍ଚିମ ଫୁକୁୋକା ସହରର ଏକ ନର୍ସିଂହୋମରେ ରୁହନ୍ତି । ସୋଡା ଏବଂ ଚକୋଲେଟ୍କୁ ଭଲପାଉଥିବା ତାନାକା, ୨ ଜାନୁୟାରୀ ୧୯୦୩ ରେ ଫୁକୁୋକା ସହରର ପୂର୍ବ ୱାଜିରୋ ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ଏହି ସଫଳତାକୁ ଏକ ବୋତଲ କୋକ୍ ସହିତ ପାଳନ କରିଥିଲେ ଏବଂ ନିଜ ଚେହେରା ଛପା ହୋଇଥିବା ଏକ ଟି-ସାର୍ଟ ପିନ୍ଧିଥିଲେ । ଏହାକୁ ତାଙ୍କ ପରିବାର ସଦସ୍ୟମାନେ ଦେଇଥିଲେ। ତାଙ୍କର ୬୦ ବର୍ଷୀୟ ନାତି ଇଜି ତାନାକା କ୍ୟୋଡୋଙ୍କ କହିବା ଅନୁଯାୟୀ ତାଙ୍କ ଜେଜେମା’ଙ୍କ ସ୍ୱାସ୍ଥ୍ୟ ଏବେ ଭଲ ଅଛି ।
କରୋନା ଭାଇରସ ମହାମାରୀ ଯୋଗୁଁ ପରିବାର ପରିଦର୍ଶନ ଉପରେ ପ୍ରତିବନ୍ଧକ ସତ୍ତ୍ୱେ ସେ “ପ୍ରତିଦିନ ତାଙ୍କ ଜୀବନକୁ ଉପଭୋଗ କରୁଛନ୍ତି” ବୋଲି କହିଥିଲେ କେନ୍ ତାନାକା ତାସହିତ ନୂଆ ରେକର୍ଡ ପାଇଁ ସେ ବହୁତ ଖୁସି ଏବଂ ଗର୍ବିତ ।