ଗିରଫ ହେଲେ ନକଲି ଶିକ୍ଷକ, ଫେକ୍ ସାର୍ଟିଫିକେଟ ଦେଇ ୪ବର୍ଷ ହେବ କରୁଥିଲେ ଚାକିରୀ

ଉମରକୋଟ(କେନ୍ୟୁଜ): ଗିରଫ ହେଲେ ନକଲି ଶିକ୍ଷକ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ। ରବୀନ୍ଦ୍ର ସ୍ବାଇଁ ନାମକ ଜଣେ ଶିକ୍ଷକ ନକଲି ବିଏଡ ସାର୍ଟିଫିକେଟ ଦେଇ ଦୀର୍ଘ ବର୍ଷ ହେବ ଚାକିରୀ କରୁଥିଲେ। ବର୍ତମାନ ସାର୍ଟିଫିକେଟ ଯାଞ୍ଚ ପରେ ଶିକ୍ଷକଙ୍କ ବିଏଡ ସାର୍ଟିଫିକେଟ ନକଲି ବୋଲି ଜଣାପଡିଥିଲା ।

ବର୍ତମାନ ଶିକ୍ଷକଙ୍କୁ ଉମରକୋଟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଉମରଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଗତ ଚାରି ବର୍ଷ ହେବ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ତେବେ ଚାକିରି ବୈଧକରଣ ପାଇଁ ରବୀନ୍ଦ୍ରଙ୍କ ଶିକ୍ଷାଗତ ପ୍ରମାଣ ପତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଥିଲା। ତେବେ ରବିନ୍ଦ୍ରଙ୍କର ବିଏଡ ସାର୍ଟିଫିକେଟଟି ହରିୟାଣା ରାଜ୍ଯର ଏକ ବିଶ୍ଵ ବିଦ୍ୟାଳୟର ଥିବା ଜାଣିବାପରେ ନବରଙ୍ଗପୁର ଜିଲ୍ଲାପାଳ ଉକ୍ତ ବିଶ୍ଵବିଦ୍ୟାଳୟକୁ ଏହାର ଯାଞ୍ଚ କରି ରିପୋର୍ଟ ଦେବା ପାଇଁ ପତ୍ର ଲେଖିଥିଲେ।

ତେବେ ହରିୟାନା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷରୁ ଏହା ସଂପୂର୍ଣ୍ଣ ନକଲି ଏପରି କୌଣସି ବ୍ୟକ୍ତିଙ୍କୁ ବିଏଡ ସାର୍ଟିଫିକେଟ ଦିଆ ଯାଇନି ବୋଲି ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଜଣାଇବା ପରେ ନବରଙ୍ଗପୁର ଜିଲ୍ଳାପାଳ ଉମରକୋଟ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ରବିନ୍ଦ୍ରଙ୍କ ବିରୋଧରେ ଉମରକୋଟ ଥାନାରେ ଏତଲା ଦେବା ପାଇଁ ନିର୍ଦ୍ଧେଶ ଦେଇଥିଲେ।

ଉମରକୋଟ ବ୍ଲକ ଶିକ୍ଷା ଅଧିକାରି ବିକାଶ ଚନ୍ଦ୍ର ସରକାର ଉମରକୋଟ ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଆଧାର କରି ରବିନ୍ଦ୍ର କୁମାର ସ୍ୱାଇଁଙ୍କୁ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ଲିମାରାଜ ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମୀ ମିଶି ରବିନ୍ଦ୍ର ସ୍ବାଇଁ ରହୁଥିବା କୁସୁମ ଗୁଡା ସାହିରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.