ଯାଜପୁର : ଜୀବନ ହାରି ଦେଲେ ଯଦୁନାଥ, ଋଣ ଭାରରେ ବୁଡ଼ିଥିଲେ

ଯାଜପୁର ଟାଉନ(କେନ୍ୟୁଜ୍):ଜୀବନ ହାରିଲେ ଚାଷୀ। ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ବରୀ ବୋଦୁଅ ପଞ୍ଚାୟତ ଅନ୍ତର୍ଗତ କନ୍ତିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଗାଁର ଯଦୁନାଥ ମଲିକଙ୍କର ମୃତଦେହ କନ୍ତିଆ ରେବଲ ନିକଟ ଘେରା ମଧ୍ୟରେ ଥିବା ଏକ ଗଛରେ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଖବର ପାଇ ବିଂଝାରପୁର ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।

farmer dead

ଅନ୍ୟପଟେ ଯଦୁନାଥ ଗତ ତିନିବର୍ଷ ହେଲା ଚାଷରେ କ୍ଷତି ସହୁଥିବା ବେଳେ ଚଳିତବର୍ଷ ୩-୪ ଲକ୍ଷ ଟଙ୍କା ଧାର କରଜ କରି ଚାଷ କରିଛନ୍ତି। ଆଜି ସକାଳେ ବିଲକୁ ଯାଇ ଚାଷର ଅବସ୍ଥା ଦେଖି ମାନସିକ ଭାରସାମ୍ୟ ହରାଇ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଯଦୁନାଥଙ୍କ ପୁଅ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପରିବାର ଓ ସମ୍ପର୍କୀୟ ଙ୍କ କହିବା ମୁତାବକ ଯଦୁନାଥ ଗତ କିଛି ବର୍ଷ ହେଲା ବାଦାମ ଓ ଧାନ ଚାଷରେ କ୍ଷତି ସାହିବା ସହିତ ପନିପରିବା ଚାଷରେ ମଧ୍ୟ ୪-୫ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି । ଚାଷ ପାଇଁ ବ୍ୟାଙ୍କ ଋଣ କରିବା ସହ ବହୁ ଲୋକଙ୍କଠାରୁ ହାତ ଉଧାରି ନେଇଥିଲେ ।
ଗତ କିଛି ଦିନ ପୂର୍ବେ ହାତ ଉଧାରିକୁ ନେଇ ଯାଜପୁରରେ ଜଣେ ବ୍ୟକ୍ତି ଯଦୁନାଥଙ୍କୁ ଅଟକ ରଖିଥିଲେ। ସରପଞ୍ଚଙ୍କ ହସ୍ତକ୍ଷେପ ପରେ ସେ ମୁକୁଳି ଥିଲେ। ଯଦୁନାଥ ସବୁବେଳେ ମାନସିକ ଚିନ୍ତାରେ ରହୁଥିଲେ । ଏଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ବିଂଝାରପୁର ପୋଲିସ ଘଟଣା ର ଅନୁସନ୍ଧାନ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.