ସଇତାନ ବାପାର କୁତ୍ସିତ ଚେହେରା, ଦୀର୍ଘ ୬ମାସ ଧରି ନିଜ ଝିଅ ସହ କରୁଥିଲେ ଦୁଷ୍କର୍ମ

ଯାଜପୁର ଟାଉନ(କେନ୍ୟୁଜ୍) : ବାପା ସାଜିଲା ସଇତାନ। ଯାଜପୁର ଜିଲା ବିଂଝାରପୁର ଥାନା ରୁଦ୍ରପୁର ଗାଁରୁ ଆସିଛି ଏଭଳି ଏକ ଲଜ୍ଜ୍ୟା ଜନକ ଘଟଣା । ନିଜ ଦେହର ଭୋକ ମେଂଟାଇବାକୁ ଶେଷରେ ନିଜ ଝିଅ ଉପରେ ନଜର ପକାଇଥିଲା ବାପା । ରୁଦ୍ରପୁର ଗାଁର ଅଭିମନ୍ୟୁ ସାମଲ । ଯିଏ ନିଜ କାମନାର ନିଆଁରେ ନିଜ ଝିଅର ଇଜ୍ଜତକୁ ଆହୁତି ଦେଇଛି । ଥରେ ନୁହେଁ ଝିଅ ସହିତ ବାରମ୍ବାର ପାପ ସଂପର୍କ ରଖିଆସୁଥିଲା ଅଭିମନ୍ୟୁ । ଝିଅ ଓ ପତ୍ନୀ ଙ୍କ ବିରୋଧ ସତ୍ୱେ ମଦ୍ୟପ ଅଭିମନ୍ୟୁ ବିଗତ ୬ମାସ ହେଲା ଏଭଳି ପାପ କର୍ମରେ ଲିପ୍ତ ରହିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଭିଯୁକ୍ତ ଅଭିମନ୍ୟୁ ମଧ୍ୟ ସମସ୍ତ ଘଟଣାକୁ ସ୍ୱୀକାର କରିଛି ।

ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଛି। ଏଥିସହିତ ପିଡିତାର ବୟାନ ରେକର୍ଡ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତକୁ କଡା ଦଣ୍ଡଦେବାକୁ ଦାବୀ କରିଛନ୍ତି ପିଡିତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.