ଡେଡ୍ ଲାଇନ୍ ଶେଷ, ଆଜିଠୁ ଆରମ୍ଭ ହେବ ସେସୁର ବିଜୁଳି କାଟ୍ ଡ୍ରାଇଭ

ଭୁବନେଶ୍ବର (କେନ୍ୟୁଜ୍) : ଡେଡ୍ ଲାଇନ୍ ସରିଛି। ଆଜିଠୁ ଆରମ୍ଭ ହେବ ସେସୁର ବିଜୁଳି କାଟ୍ ଡ୍ରାଇଭ। ବିଜୁଳି କାଟ୍ ପାଇଁ ସେସୁ ପକ୍ଷରୁ ଗଠନ ହୋଇଛି ୪୧୩ ସ୍କ୍ଵାଡ୍ । ପ୍ରଥମ ପର୍ଯ୍ୟାୟରେ BPLଗ୍ରାହକଙ୍କ ବିଦ୍ୟୁତ କଟିବନି । ଟାର୍ଗେଟରେ ରହିବ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରୁଥିବା ଉପଭୋକ୍ତା। ଗତକାଲି ଶେଷ ଦିନରେ ବିଭିନ୍ନ ସ୍ଥାନରେ ସେସୁ କାର୍ଯ୍ୟାଳୟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଉପଭୋକ୍ତାମାନେ ବକେୟା ପଇଠ କରିବା ସହ ବିଭିନ୍ନ ଅଭିଯୋଗ ଓ ଆପତ୍ତିର ସମାଧାନ ପାଇଁ ସେସୁ କାର୍ଯ୍ୟାଳୟ ଆସି ଲାଇନରେ ଛିଡ଼ା ହୋଇଥିଲେ । ତେବେ ବିଜୁଳି କାଟ୍ ନିଷ୍ପତ୍ତିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗକୁ ଆସୁଛି ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା । ଏଥିପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ବିଲ୍ ଦାଖଲ ଡେଡଲାଇନ ଓ କିସ୍ତିକୁ ବଢ଼ାଇବାକୁ ବିଭିନ୍ନ ସ୍ଥାନରେ ଉପଭୋକ୍ତା ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.