ସୁନା ରୂପା ବଦଳରେ ମିଳିଲା ବିଷଧର ସାପ, ବାସ୍ତୁ ଦୋଷ କାଟିଦବ କହି ଠକ ତାନ୍ତ୍ରିକ ବୁଲାଇଲା କଳାକନା

ନିରୀହ ଲୋକଙ୍କୁ ଠକି ସେମାନଙ୍କ ଠାରୁ ସୁନା ରୂପା ଲୁଟି ନେବାର ଭିନ୍ନ ଭିନ୍ନ ଉପାୟ ବାଛି ଲୁଟ କରୁଛନ୍ତି ଲୁଟେରା । ଯାହାର ପୁଣି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ନିଜକୁ ତାନ୍ତ୍ରିକ ବୋଲି କହିବା ସହିତ ଘରର ବସ୍ତୁ ଦୋଷ କାଢି ଦେବାକୁ କହି ଲୁଟି ନେଇଛି ସୁନା ରୂପା ଅଳଙ୍କାର।

ଉମରକୋଟ(କେନ୍ୟୁଜ): ନିରୀହ ଲୋକଙ୍କୁ ଠକି ସେମାନଙ୍କ ଠାରୁ ସୁନା ରୂପା ଲୁଟି ନେବାର ଭିନ୍ନ ଭିନ୍ନ ଉପାୟ ବାଛି ଲୁଟ କରୁଛନ୍ତି ଲୁଟେରା । ଯାହାର ପୁଣି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ନିଜକୁ ତାନ୍ତ୍ରିକ ବୋଲି କହିବା ସହିତ ଘରର ବସ୍ତୁ ଦୋଷ କାଢି ଦେବାକୁ କହି ଲୁଟି ନେଇଛି ସୁନା ରୂପା ଅଳଙ୍କାର।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ । ଉମରକୋଟ ସହରର ଡିଏନକେ ଠାରେ ରହନ୍ତି ପ୍ରଭାକର ମଲ୍ଲିକଙ୍କ ପରିବାର । ଗତ ରବିବାର ଦିନ ତାଙ୍କ ଘରକୁ ଜଣେ ବ୍ୟକ୍ତି ଆସି ନିଜକୁ ତାନ୍ତ୍ରିକ ବୋଲି ପରିଚୟ ଦେଇଥିଲା । ସେ ବସ୍ତୁ ଶାସ୍ତ୍ର ବିଷୟରେ ଜାଣିଥିବା କହିବା ସହିତ ମାଁ କମାକ୍ଷୀଙ୍କ ପୂଜା କରି ବାସ୍ତୁ ଦୋଷ ଦୂର କରିଦେବେ ବୋଲି କହି ବିଶ୍ୱାସ ଜନ୍ମାଇଥିଲା ।

ବାସ୍ତୁ ଦୋଷ ଥିବାରୁ ପ୍ରଭାକର ଯେତିକି ଅର୍ଜନ କଲେ ବି ନିଅଣ୍ଟ ହେଉଥିବା ସେ କହିଥିଲା ଏବଂ ତାଙ୍କ ସ୍ତ୍ରୀ ଆଶା ମଲ୍ଲିକଙ୍କ ବୟସ ଓ ତାଙ୍କ ବୟସକୁ ମିଶାଇ ସେହି ପରିମାଣର ୭୩ ଗ୍ରାମ ତମ୍ବା ୭୩ ଗ୍ରାମ ରୂପା ଓ ୭୩ ଗ୍ରାମ ଓଜନର ସୁନା ମାଗିଥିଲା । ସେହିପରି ତାଙ୍କ ପୁଅ ଝିଅ ର ବୟସ ଅନୁପାତରେ ତମ୍ବା, ରୂପା ଓ ସୁନା ମାଗିଥିଲା ।

ସେହି ସୁନା ରୂପା ଓ ତମ୍ବାକୁ ଗୋଟିଏ ଷ୍ଟିଲ ହାଣ୍ଡି ଭିତରେ ରଖି ସେଥିରେ ପାଣି ଭର୍ତ୍ତି କରିଥିଲା ଭଣ୍ଡ ଜଣକ । ଏହାପରେ ସେହି ପାଣିରେ ଗାଧୋଇଲେ ସବୁ ଦୋଷ କଟିଯିବ ବୋଲି କହିଥିଲା । ଠକ ତାନ୍ତ୍ରିକର କଥା ଶୁଣି ତିନି ଚାରି ଦିନ ଧରି ସେ ପାଣିରେ ଗାଧୋଇଥିଲେ ସ୍ବାମୀ ସ୍ତ୍ରୀ । ଏହା ପରେ ଗୁରୁବାର ଦିନ ଏକ ପୂଜା କରିବାକୁ କହିଥିଲା ଠକ ତାନ୍ତ୍ରିକଏବଂ ସେ ପୂଜା କରି ସାରିବା ପରେ ସେ ହାଣ୍ଡିକୁ ୨୭ ଟି ଗଣ୍ଠି ପକାଇ ଦେଇଥିଲା । ଏବଂ ତାକୁ ଶନିବାର ଦିନ ଯାଏ ଖୋଲିବାକୁ ବାରଣ କରିଥିଲା ।

lootera

ପରେ ଗୁରୁବାର ରାତିରେ ପୂଜା ସାରିବା ପରେ ତାକୁ ବସଷ୍ଟାଣ୍ଡରେ ଛାଡି ଦେବାକୁ କହିଥିଲା । ପ୍ରଭାକର ତାକୁ ବାଇକ୍ ରେ ନେଇ ଉମରକୋଟ ବସଷ୍ଟାଣ୍ଡ ରେ ଛାଡ଼ିବାକୁ ଯାଇଥିଲେ । କିନ୍ତୁ ସେହି ସମୟରେ ତାନ୍ତ୍ରିକ ଜଣକ ଭୟରେ ଥରୁଥିଲା। ତାନ୍ତ୍ରିକକୁ ବସଷ୍ଟାଣ୍ଡରେ ଛାଡ଼ିବା ମାତ୍ରେ ସେ କୁଆଡେ ଚାଲି ଯାଇଥିଲା । ପରେ ପ୍ରଭାକର ତାଙ୍କ ସ୍ତ୍ରୀ କୁ ଫୋନ୍ କରି ସେ ହାଣ୍ଡିରେ ସୁନା ରୂପା ଅଛି କି ନାହିଁ ଦେଖିବାକୁ କହିଥିଲେ । ତାଙ୍କ ସ୍ତ୍ରୀ ସେ ହାଣ୍ଡି ଉପରେ ଏକ ନାଲି କପଡାରେ ପଡ଼ିଥିବା ୨୭ ଗଣ୍ଠିକୁ ପାଟିରେ ଫିଟାଇ ଥିଲେ । ଏବଂ ସେ ହାଣ୍ଡି ଭିତରେ ହାତ ପୁରାଇ ଦେଖିବାରୁ ସେଥିରେ କିଛି ଗୋଡ଼ି, ୪୫ ଟି କୋଏନ୍, ତିନିଟି ଧଳା ଚୁଡ଼ି ସହ ଏକ ବିଷଧର ଜିଅନ୍ତା ସାପ ବାହାରି ଥିଲା । ସୌଭାଗ୍ୟ ବଶତଃ ସେ ସାପଟି ଆଶାଙ୍କୁ କାମୁଡି ନାହିଁ । ପରେ କିଛି ଲୋକ ଆସି ସାପକୁ ଧରି ଅନ୍ୟତ୍ର ଛାଡି ଦେଇଥିଲେ ।

ତେବେ ଠକ ତାନ୍ତ୍ରିକ ଜଣକ କୌଶଳ କ୍ରମେ ପ୍ରଭାକରଙ୍କ ଘରୁ ସମସ୍ତ ସୁନା, ରୂପା ସହ ତମ୍ବା ଲୁଟ୍ କରି ନେଇଯାଇଛି ଏବଂ ତାବଦଳରେ ଛାଡି ଯାଇଛି ଗୋଡ଼ି, ଚୁଡ଼ି, କଏନ ଓ ଏକ ବିଷଧର ଜିଅନ୍ତା ସାପ । ଘଟଣା ସମ୍ପର୍କରେ ପ୍ରଭାକର ଉମରକୋଟ ଥାନାରେ ଏକ ଏତଲା ଦେଇଛନ୍ତି । ଉମରକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି କିନ୍ତୁ ଠକ ତାନ୍ତ୍ରିକର ମୋବାଇଲ୍ ବର୍ତମାନ ସୁଇଚ୍ଚ ଅଫ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.