ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ମୁଚାକି ମାଶା ମୃତ

ମାଲକାନଗିରି: ଛତିଶଗ଼ଡରେ ଦାନ୍ତେୱାଡା ପୋଲିସକୁ ସଫଳତା। ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ମୃତ। ମୃତ ମାଓବାଦୀ ମୁଚାକି ମାଶା। ମୁଚାକି ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସୁରନାର ଜଙ୍ଗଲରେ ମାଓ ଗତିବିଧି ନେଇ ସୂଚନା ମିଳିବା ପରେ ଡିଆରଜି ଅପରେସନ ହୋଇଥିଲା।

ମାଓବାଦୀମାନେ ଯବାନଙ୍କ ଉପରେ ପ୍ରଥମେ ଗୁଳିମାଡ଼ କରିବା ପରେ ପାଲଟା ଗୁଳିଚାଳନା ହୋଇଥିଲା। ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ମୁଚାକା ମାଶା ପ୍ରାଣ ହରାଇଥିଲା। ଘଟଣାସ୍ଥଳରୁ ଗୋଚିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ପୋଲିସ ସର୍ଚ୍ଚ ଅପରେସନ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.