ମରିଯାଇଛି ମାନବିକତା: ବୃଦ୍ଧ ବାପାର ମୃତ୍ୟୁ ପରେ ବି ପାଖ ମାଡିଲେନି ପୁଅ ଓ ଝିଅ

ଫୁଲବାଣୀ(କେନ୍ୟୁଜ): ରାସ୍ତା ପାର୍ଶ୍ୱରେ ନିଃସହାୟ ଭାବେ ପଡିରହିଛି  ୯୦ ବର୍ଷିୟ ବୃଦ୍ଧ ନିମାଇ ଚରଣ ସାହୁଙ୍କ ମୃତଦେହ । ନିମାଇଙ୍କର ଦୁଇ ପୁଅ ଓ ଗୋଟେ ଝିଅ। କେତେ କଷ୍ଟ ଯନ୍ତ୍ରଣା ସହି ଏମାନଙ୍କୁ ବଡ କରିଥିଲେ ନିମାଇ। ହେଲେ ଏଇ ଦୁଇ ପୁଅ ଓ ଝିଅର ହୃଦୟ ଏତେ କୋଠର ଯେ, ବାପାର ମୃତ୍ୟୁ ସମୟରେ ନିକଟରେ ଥାଇ ମଧ୍ୟ କେହି ଆସିଲେନି। ବୃଦ୍ଧ ବାପାର ଶବ ସେମିତି ଦୀର୍ଘ ସମୟ ଧରି ରାସ୍ତା ପାର୍ଶ୍ୱରେ ପଡି ରହିଲା। ଏପଟେ ବହୁ ସମୟ ପରେ ଗ୍ରାମବାସୀଙ୍କ ସହାୟତାରେ ପୋଲିସ୍‌ ଶବ ବ୍ଯବଛେଦ ପାଇଁ ପଠାଇଲା। କନ୍ଧମାଳ ଜିଲ୍ଳା ଫୁଲବାଣୀ ବ୍ଳକ୍‌ ସଦର ଥାନା ଅନ୍ତର୍ଗତ କେରିଡି ଗ୍ରାମ ପଂଚାୟତର କେରିଡି ଗ୍ରମାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା।

ବୃଦ୍ଧ ନିମାଇଁ ଚରଣ ସାହୁ ଆଜକୁ ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପୁଅ,ବୋହୁ ଓ ଝିଅର ନିଯ୍ଯାତନାର ଶିକାର ହୋଇ ଆସୁଥିଲେ । ଖାଲି ସେତିକି ନୁହେଁ ପୁଅ ଓ ବୋହୁ ତାଙ୍କୁ ଘରୁ ବିତାଡିତ କରି ଦେଇଥିଲେ । ୨୫ବର୍ଷରୁ ଅଧିକ ସମୟ ଧରି ସେ ଗାଁ ନିକଟରେ ରହିଥିବା ଏକ ପରିତ୍ଯକ୍ତ ବିଶ୍ରାମ ଗୃହରେ ଖରା,ବର୍ଷ ,ଶୀତ ଓ କାକରରେ ସହି ରହି ଆସୁଥିଲେ । ସରକାରଙ୍କ ପକ୍ଷରୁ ଭତ୍ତା ଓ ଚାଉଳ ମିଳୁଥିଲା । ତାହାକୁ ନିଜେ ରୋଷେଇ କରି ଖାଉଥିଲେ ।

ହେଲେ ବୟସ ବଢିବା ସାଙ୍ଗକୁ ଧିରେ ଧିରେ ନିମାଇ ବି ସ୍ଥିର ହୋଇଗଲେ । ନିଜେ କିଛି କରିପାରିବାରୁ ନିକଟରେ ଥିବା ବ୍ଯବସାୟୀ ଓ ଗ୍ରାମବାସୀ ମାନେ ଯାହା ଖାଇବାକୁ ଦେଉଥିଲେ ତାଙ୍କୁ ଖାଇ ଭୋକ ମେଣ୍ଟାଉଥିଲେ। ଏବେ କନ୍ଧମାଳ ଜିଲ୍ଲାରେ ଅସହ୍ଯ ଜାଡ ଜାରି ରହିଛି । ଅସହ୍ଯ ଶୀତ ସହିନପାରି ଶୈାଚ ଯିବା ସମୟରେ ହିଁ ରାସ୍ତା ପାର୍ଶ୍ୱରେ ନିମାଇଁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଦୁଃଖର କଥା ଏହି ଖବର ଜାଣିବା ପରେ ମଧ୍ୟ ଗ୍ରାମବାସୀ ମୃତ ବୃଦ୍ଧଙ୍କ ପ୍ରତି ସହଯୋଗର ହାତ ବଢାଇ ନଥିଲେ । କାହିଁକି ନା ମୃତ ବୃଦ୍ଧଙ୍କ ପରିବାର ଲୋକେ ଧମକ ଦେଇଥିଲେ ଯେ ଯିଏ ସହଯୋଗ କରିବ ତାଙ୍କ ବିରୁଦ୍ଧରେ କେସ୍‌ କରିବେ ବୋଲି ।

ଦୀର୍ଘ ସମୟ ଧରି ମୃତଦେହ ପଡି ରହିବା ପରେ ସ୍ଥାନୀୟ ବାସିନ୍ଦା ପୋଲିସ୍‌କୁ ଖବର ଦେଇଥିଲେ । ଖବର ପାଇ ସଦର ପୋଲିସ୍‌ ଘଟଣାସ୍ଥଳରେ ପହଚିଁ ତଦନ୍ତ କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପାଖରେ ପୁଅ ଓ ଝିଅ ଉପସ୍ଥିତ ଥାଇ ମଧ୍ୟ ବାପାଙ୍କ ଶବକୁ ନେବା ପାଇଁ ଆସିନଥିଲେ । ପରେ ସଦର ପୋଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ସଦର ଥାନାଧିକାରୀ ସମୀର ରାଉତ ନିଜସ୍ୱ ଖର୍ଚ୍ଚରେ ଏକ ପ୍ରାଇଭେଟ୍‌ ଆମ୍ବୁଲାନ୍ସ ଜରିଆରେ ଗ୍ରାମବାସୀଙ୍କ ସହାୟତରେ ଶବ ବ୍ଯବଛେଦ ପାଇଁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଫୁଲବାଣୀକୁ ସ୍ଥାନାନ୍ତର କରିଥିଲେ ।

ଶୁଣିବାକୁ ମିଳିଛି ବୃଦ୍ଧଙ୍କ ଦୁଇ ପୁଅ ମଧ୍ୟରୁ ବଡ ପୁଅ ପ୍ରଧାନ ଶିକ୍ଷକ । ଶିକ୍ଷକ ହୋଇ ଏଭଳି ମାନସକତା? ବୃଦ୍ଧ ବାପାର ଅନ୍ତିମ ସମୟରେ ମଧ୍ୟ ଶବ ନନେବା ଯାହା ଅତି ଲଜ୍ଜ୍ଯା ଜନକ। ଏପଟେ ସମାଜ ପାଇଁ ଏହି ପରି ସନ୍ତାନ ମାନଙ୍କୁ କଳଙ୍କିତ ବୋଲି କହିଛନ୍ତି ସାଧାରଣ ଲୋକେ। ଏପଟେ ପରିଶେଷରେ ମାନବିକତା ଦୃଷ୍ଟିରୁ ନିଜସ୍ୱ ଖର୍ଚ୍ଚରେ ମୃତ ବୃଦ୍ଧଙ୍କ ସତ୍କାର କରିବେ ବୋଲି କହିଥିଲେ ଗ୍ରମାବାସୀ ଓ ପୋଲିସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.