ମା’ ହେବାକୁ ଯାଉଛନ୍ତି କି ରାକ୍ଷୀ ସାଓ୍ଵନ୍ତ! ପ୍ରେଗ୍‌ନାନ୍ସି କାରଣରୁ ଲିକ୍‌ କଲେ କି ବିବାହର ସିକ୍ରେଟ୍‌…ଜାଣନ୍ତୁ ଗଣମାଧ୍ୟମକୁ କ’ଣ କହିଲେ ଅଭିନେତ୍ରୀ

ଡ୍ରାମା କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତ ଯାହା ବି କରନ୍ତି, ଲାଇମ୍‌ଲାଇଟ୍‌କୁ ଆସି ଯାଆନ୍ତି। ରାକ୍ଷୀଙ୍କ ବିବାହ ଏବେ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପଟେ ରାକ୍ଷୀ କହୁଛନ୍ତି, ତାଙ୍କର ବିବାହ ଆଦିଲ ଖାନଙ୍କ ସହିତ ହୋଇଛି। ଆଉ ସେପଟେ ଆଦିଲ ରାକ୍ଷୀଙ୍କ ସହ ନିକାହର ସତ୍ୟତା କହିବା ପାଇଁ ୧୦-୧୨ ଦିନର ସମୟ ମାଗୁଛନ୍ତି। ଏବେ ରାକ୍ଷୀଙ୍କ ବିବାହକୁ ନେଇ ଏକ ନୂଆ ଦାବି ସାମ୍ନାକୁ ଆସିଛି।

ଶୁଣିବାକୁ ମିଳୁଛି ଯେ ରାକ୍ଷୀ ସାଓ୍ଵନ୍ତ ଗର୍ଭବତୀ ଅଛନ୍ତି। ସେ ଆଦିଲ ଖାନ ଦୁର୍ରାନୀଙ୍କ ସହ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ରାକ୍ଷୀ ସାଓ୍ଵନ୍ତଙ୍କ ସହ ଜଡ଼ିତ ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ତେବେ ଏହା ପୂର୍ବରୁ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଏକ ଗଣମାଧ୍ୟମ ସହ କଥାବାର୍ତ୍ତାରେ ରାକ୍ଷୀ ସାଓ୍ଵନ୍ତ ନିଜ ପ୍ରେଗ୍‌ନାନ୍ସି ଉପରେ କିଛି ବି କହିବାକୁ ମନା କରି ଦେଇଛନ୍ତି। ତାଙ୍କୁ ଯେତେବେଳେ ପଚରାଯାଇଥିଲା କି, ସେ କ’ଣ ଆଦିଲଙ୍କ ପିଲାର ମା’ ହେବାକୁ ଯାଉଛନ୍ତି କି? ତ ଏହାର ଉତ୍ତରରେ ରାକ୍ଷୀ କହିଥିଲେ, ନୋ କମେଣ୍ଟସ୍‌। ଏବେ ରାକ୍ଷୀ ସାଓ୍ଵନ୍ତ ନିଜର ପ୍ରେଗ୍‌ନାନ୍ସି ଅଟକଳ ଉପରେ କିଛି ନ କହିବା ଫ୍ୟାନ୍‌ମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଯଦି ଏମିତି କିଛି କଥା ନାହିଁ, ତା’ ହେଲେ କାହିଁକି ରାକ୍ଷୀ ସ୍ପଷ୍ଟ ଭାବେ ମନା କରିଲେ ନାହିଁ ବୋଲି ଫ୍ୟାନ୍‌ମାନେ କହିଛନ୍ତି।

କହି ରଖୁଛୁ, ରାକ୍ଷୀ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ଏଥର ଆଦିଲଙ୍କୁ ନିଜ ଜୀବନସାଥୀ କରିଛନ୍ତି। ଉଭୟଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେମାନେ କୋର୍ଟ ବିବାହର ପ୍ରମାଣପତ୍ର ଧରିଥିବାର ନଜର ଆସିଛନ୍ତି। ରାକ୍ଷୀଙ୍କର ଏପରି ଫଟୋ ଦେଖି ଫ୍ୟାନ୍‌ମାନେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ସେମାନେ ଏହା ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ରାକ୍ଷୀ ଓ ଆଦିଲଙ୍କ ସମ୍ପର୍କ ସର୍ବଦା ଲାଇମ୍‌ଲାଇଟରେ ରହିଆସିଛି। ସର୍ବସାଧାରଣରେ ଉଭୟ ପରସ୍ପର ପ୍ରତି ପ୍ରେମ ପ୍ରକାଶ କରୁଥିବାର ଦେଖାଯାଏ। କିନ୍ତୁ ଲାଗୁଛି, ବର୍ତ୍ତମାନ ରାକ୍ଷୀ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେଇଛନ୍ତି। ରାକ୍ଷୀ ଓ ଆଦିଲ ଦୁନିଆ ନଜରରୁ ଲୁଚି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.