ଜଳଦ କୁମାର ତ୍ରିପାଠୀ ହେବେ ନୂଆ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ବର(କେନ୍ଯୁଜ୍): ଜଳଦ କୁମାର ତ୍ରିପାଠୀ ହେବେ ନୂଆ ମୁଖ୍ୟ ସୂଚନା କମିଶନର । ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଜଳଦ କୁମାର ତ୍ରୀପାଠୀ ହେବେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନୋନୟନ କମିଟି ବୈଠକରେ ଶ୍ରୀ ତ୍ରୀପାଠୀଙ୍କ ନାଁରେ ଚୂଡାନ୍ତ ମୋହର ଲାଗିଛି।

ରାଜ୍ୟପାଳଙ୍କ ଅନୁମୋଦନ ପରେ ଶ୍ରୀ ତ୍ରୀପାଠୀଙ୍କ ନିଯୁକ୍ତି ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ମାସରେ ମୁଖ୍ୟ ସୂଚନା କମିଶନର ତଥା ଅବସରପ୍ରାପ୍ତ ଆଇଆରଏସ୍‌ ଅଧିକାରୀ ସୁନିଲ କୁମାର ମିଶ୍ର ଅବସର ଗ୍ରହଣ କରିଥିଲେ । ଜୁନ୍‌ ମାସରେ ନୂଆ ସୂଚନା କମିଶନରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଶ୍ରୀ ତ୍ରୀପାଠି ହେଉଛନ୍ତି ୧୯୮୫ ବ୍ୟାଚର ଆଇପିଏସ ଅଧିକାରୀ । ତିନି ଦଶନ୍ଧି ଧରି ସେ ପୋଲିସ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିବା ପରେ ଜୁନ୍‌ ୧୦୧୯ରେ ତାମିଲନାଡୁର ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.